କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ କହିଲେ “ସବୁଠାରୁ ଗରିବ” କିଏ ଯିଏ କି ଏହି ଯୋଜନା ର ଲାଭ ନେଇପାରିବ।

କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନ ପ୍ରଚାର କରିଥିବା ସଭା ରେ ଏକ ବଡ ଧରଣର ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଆମ ଦଳ ସରକାର ଗଠନ କରିପାରିବ ତାହେହେଲେ ସବୁଠୁ ଗରିବ ପରିବାରକୁ ଏକ ବର୍ଷକୁ ପ୍ରାୟ ୭୨ ହଜାର ଟଙ୍କା ପ୍ରଦାନ କରାଯିବ । ଏବଂ କହିଛନ୍ତି ଦେଶର ୨୦ ପ୍ରତିସଦ ଗରିବ ପରିବାର ବର୍ଗଙ୍କୁ ମାସକୁ ୬ ହଜାର ଟଙ୍କା ପ୍ରଦାନ କରାଯିବ । ଏବଂ ଏହା ବି କହିଛନ୍ତି ଯେ ଏହି ଯୋଜନା ମୁତାବକ ସବୁ ଗରିବ ପରିବାର ବର୍ଗଙ୍କ ରୋଜଗାର ୧୨ ଟଙ୍କା କରାଯିବ ।

ଯଦି କାହାର ରୋଜଗାର ମାସକୁ ୧୨ ହଜାରରୁ କମ ତାହାହେଲେ ସରକାର ତାଙ୍କୁ ୧୨ ହଜାର ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ ।ଏକ ପ୍ରେସ କନଫରେନ୍ସ କରି ଏହି ବଡ ଯୋଜନା ବିଷୟରେ କହିଥିଲେ ।

ଦେଶରେ ୨୫ କାରୋଡ଼ ଲୋକଙ୍କୁ ଗରିବ ରେଖାରୁ ବାହାର କରାଯିବ ଏବଂ ୫ କାରୋଡ଼ ଗରିବଙ୍କୁ ଫାଇଦା ପହଂଚିବା ଏବଂ ଗରିବଙ୍କ ପାଇଁ ଏହା ଶକ୍ତ କଦମ ବୋଲି କହିଥିଲେ । ଏହି ଯୋଜନା ପାଇଂ ଟଙ୍କା ଉପଲବ୍ଧ ଅଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ଏବଂ ରାହୁଲ ଏହା ବି କହିଥିଲେ ଯେ ଦେଶରେ ଦୁଇଟି ହିନ୍ଦୁସ୍ତାନ ହବାକୁ ଦେବୁ ନାହିଁ। ଗୋଟେ ପଟରେ ଯେମିତି ଅନିଲ ଅମ୍ବାନୀ ଏବଂ ଅନ୍ୟ ପଟରେ ଦେଶର ଗରିବ ବର୍ଗ ରେ ଥିବା ପରିବାର, ଯେମିତି ଅଛନ୍ତି ବୋଲି କହିଥିଲେ ।

Leave a Reply