ଭାରତର ହିନ୍ଦୁ ଧର୍ମ ଆଉ ସଂସ୍କୃତି ସାରା ବିଶ୍ୱ ରେ ପ୍ରସିଦ୍ଧ । ହିନ୍ଦୁ ଧର୍ମ ରେ ଆମେ ବହୁତ ଗୁଡ଼ାଏ ଦେବୀ ଦେବତା ଙ୍କୁ ପୂଜା କରୁ । ଭାରତରେ ବହୁତ ଗୁଡ଼ାଏ ମନ୍ଦିର ଯାହା ସବୁ ପ୍ରକାର ର ଦେବୀ ଦେବତା ଙ୍କ ପାଇଁ ଉଦ୍ଧିଷ୍ଟ ।
ବହୁତ ଦେଶରେ ଭାରତର ଧର୍ମ କୁ ଲୋକେ ମାନଙ୍କଟି ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହା କିଛି କମ୍ ଲୋକପ୍ରିୟ ନୁହେଁ । ପୂର୍ବ ଏସୀୟ ଦେଶମାନଙ୍କ ଭିତରେ ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ । ଏହି ଦେଶର ମୁଦ୍ରାର ନାଆଁ ହେଲା ରୁପେୟା ।
ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟରେ ଭଗବାନ୍ ଗଣେଶଙ୍କର ଫଟୋ ଅଛି । ପ୍ରକୃତ କଥା ହେଉଛି ଯେ ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ବିବେଚନା କରାଯାଏ । ସେହି ନୋଟର ସାମ୍ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ଓ ପଛରେ କ୍ଲାସରୁମର ଚିତ୍ର ରହିଛି । ଏଥିରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଅଛନ୍ତି ।