ଆଜି କାଲି ଦୁନିଆ ରେ ଯୌନ ଶୋଷଣ ଆଉ ଶାରୀରିକ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି, ସେ ପୁଅ ହଉ ଅଥବା ଝିଅ ଏପରି ଘଟଣା ଦେଖିବାକୁ ମିଳେ। କେବେଳ ପୁରୁଷ ନୁହେ ମହିଳାମାନେ ବି ଯୌନ ଶୋଷଣ କରିବାର ଏକ ଦୃଶ୍ୟ ଦେଖା ଯାଇଛି।

ଆମେରିକା ଚାଲଷ୍ଟନ କାଉଣ୍ଟି ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୨୭ ବର୍ଷ ବୟସ୍କ ଜେନିଫର ଓଲାଜିରେ-ଆରୋ ନାମକ ଜଣେ ଗଣିତ ଶିକ୍ଷୟିତ୍ରୀ ୧୭ ବର୍ଷ ବୟସ୍କ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲେ। ଏପରି ନ କଲେ ଛାତ୍ରଙ୍କ ନମ୍ବର କମାଇ ଦିଆଯିବ ବୋଲି ସେ ଧମକ ଦେଉଥିଲେ।

ଛାତ୍ର ଜଣକ ଏଥିରେ ରାଜି ନ ହେବାରୁ ତାଙ୍କର ନମ୍ବର ୯୮ ପରିବର୍ତ୍ତେ ୮୯ କରି ଦିଆଯାଇଥିଲା। ଏନେଇ ଛାତ୍ର ଏବଂ ତାଙ୍କ ମାତା ଦକ୍ଷିଣ କାରୋଲିନା ପୋଲିସଙ୍କୁ ଜଣାଇଥିଲେ।

ପୋଲିସ ତଦନ୍ତ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଶିକ୍ଷୟତ୍ରୀ ବୟାନ ପୋଲିସ କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା।