ଆପଣ କ’ଣ ଜାଣନ୍ତି କି ଶ୍ରୀତମ ଦାସ ଅନୁଭବଙ୍କୁ ଥରେ ରିପ୍ଲେସ କରିଛନ୍ତି ? ନିର୍ଦ୍ଦେଶକ ଅଶୋକ ପତି ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ବାଜି’ର କାମ ଆରମ୍ଭ କରିଥିଲେ ,ସେତେବେଳେ ୨୦୦୪ ରେ ଏହାର କାଷ୍ଟିଂରେ ସେ ପ୍ରଥମେ ସିଦ୍ଧାନ୍ତ ଓ ଅନୁଭବଙ୍କୁ ନେବାର ସ୍ଥିର କରିଥିଲେ।

ସେ ସମୟରେ ସେ ଅନୁଭବଙ୍କୁ ଅଫର୍ ବି ଦେଇଥିଲେ। ମାତ୍ର ଅନୁଭବଙ୍କ ହାତରେ ସମୟ ନ ଥିବା ହେତୁ ସେହି ସମୟରେ ସେ ମନା କରିଥିଲେ।

ଏହାପରେ ନିର୍ଦ୍ଦେଶକ ଆଶୋକ ପତି ଅନୁଭବଙ୍କ ସ୍ଥାନରେ ଶ୍ରୀତମ୍ ଦାସଙ୍କୁ ନେଇଥିଲେ। ଓଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ଏବେ ବି ଖୁବ୍ ସକ୍ରିୟ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ସିନେମା ‘ପ୍ରେମ ପାଇଁ ମହାଭାରତ ’ ରିଲିଜ୍ ହୋଇଛି। ଆଗକୁ ଆସୁଛି ଫେରିବି ତୋ’ପାଇଁ ବସୁଧା ଚିରି ଏବଂ ଆଣ୍ଟି ନମସ୍କାର ।

‘ବାଜି’ରେ ଶ୍ରୀତମ୍ଙ୍କ ଅଭିନୟ ବି ବେଶ୍ ମନଛୁଆଁ ହୋଇଥିଲା। ଏହି ସିନେମାରେ ଅନୁ ଚୌଧୁରୀ,ବର୍ଷା ପ୍ରିୟଦର୍ଶିନୀ,ମିହିର ଦାସ,ବିଜୟ ମହାନ୍ତିି,ଅଶ୍ରୁମୋଚନ ଓ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ। ‘ବାଜି’ ଅବଶ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।