ବର୍ତମାନ ଚାରିଆଡେ ନିର୍ବାଚନ ର ହୋ ହାଲ୍ଲା ଚାଲିଛି, ସବୁ ଦଳ ନିଜର ପ୍ରଚାର ଚଳାଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ ମହତ୍ଵପୁର୍ଣ କାର୍ଯ୍ୟ ଦେଶର ଯୁବା ପିଡି କୁ କରିବାରେ ଉତ୍ସାହିତ କରିବା ପାଇଁ ବଲିଉଡ ଅଭିନେତା ସଲମାନ ଖାନ ଆଉ ଆମିର ଖାନ ଙ୍କୁ ଟ୍ୱିଟ କରି ଦରଖାସ୍ତ କରିଛନ୍ତି ।

ଅନ୍ୟ ପକ୍ଷ ରେ ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍ କରି ଜଣାଇଛନ୍ତି ସଲମାନ । ଗୁରୁବାର ସଲମାନ ଏହି ଟୁଇଟ୍ କରିଥିବା ବେଳେ ହେଉଥିବା ସବୁ ଚର୍ଚ୍ଚା ଏବେ ବନ୍ଦ ହୋଇ ଯାଇଛି ।

ଅନ୍ୟ ପକ୍ଷରେ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ସଲମାନ ଖାନ୍ ଏବଂ ଆମୀର ଖାନ୍ଙ୍କୁ ଟୁଇଟ୍ରେ ଟ୍ୟାଗ୍ କରି ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କହିଥିଲେ ।

ଏହାର ଜବାବ ରଖି ସଲମାନ, “ଆମେ ଲୋକତନ୍ତ୍ରରେ ରହୁଛୁ । ଭୋଟ୍ ଦେବା ସବୁ ଭାରତୀୟ କର୍ତ୍ତବ୍ୟ । ମୁଁ ସବୁ ଭୋଟରଙ୍କୁ କହିବି କି ସେମାନେ ନିଜର ଅଧିକାରର ବ୍ୟବହାର କରିବେ” ବୋଲି ଲେଖି ଟୁଇଟ୍ କରିଥିଲେ ।