BJP ରେ ଯୋଗଦେଲେ ଗୌତମ ଗମ୍ଭୀର କିନ୍ତୁ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ଚର୍ଚା।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱାସ କରି ବିଜେପିରେ ଯୋଗ ଦେଇଛନ୍ତି ଭାରତର ପୂର୍ବତମ ଖେଳାଳି ଗୌତମ ଗମ୍ଭୀର । ସମସ୍ତକଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଏବଂ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ନେତୃତ୍ୱ କୁ ତାରିଫ ମଧ୍ୟ କରିଛନ୍ତି ।

କିନ୍ତୁ ଗମ୍ଭୀର ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ନିର୍ବାଚନ କମିଟି ବିଚାର କରିବ। କିନ୍ତୁ ବର୍ତମାନ ବିଜେପି ପାଇଁ ଗମ୍ଭୀର ନିର୍ବାଚନରେ ପ୍ରଚାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ଆଜି ବିଜେପିରେ ସାମିଲ ହୋଇ ରାଜନୀତିର ଇନିଂସ ଆରମ୍ଭ କରିଛନ୍ତି ।

୫୮ଟି ଟେଷ୍ଟ ସହ ୧୫୦ଟି ଦିନିକିଆ ରେ ଭାରତ ତରଫରୁ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାସହ ଗୌତମ ଗମ୍ଭୀର ଆଇପିଏଲରେ କୋଲକତା ନାଇଟ୍ ରାଇଡର୍ସ ଟିମ କୁ ଦୁଇ ଥର ଟ୍ରଫି ଜିତାଇବାରେ ସକ୍ଷମ ହୋଇଛନ୍ତି ।

ଗମ୍ଭୀର ନିକଟରେ ପୁଲୱାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପିଲାଙ୍କର ପାଠ ପଢ଼ିବା ସହ ସମସ୍ତ ଖର୍ଚ ବହନ କରିବା ପାଇଁ ଘୋଷଣା କରିଥିଲେ। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଛନ୍ତି ।

Leave a Reply