ଦୁନିଆରେ ଏମିତି ଏକ ବ୍ୟକ୍ତି ଯିଏ କି ୨୫୬ ବର୍ଷ ପର୍ଯ୍ୟନ୍ତ ବଂଚିଥିଲେ

ଆଜି ଆପଣଙ୍କୁ ଏକ ବ୍ୟକ୍ତି ଙ୍କ ବିଷୟରେ ଜାଣିବା ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେନି କିନ୍ତୁ ଏହା ସତ୍ୟ ଅଟେ ବୋଲି କୁହାଯାଇଛି । ଦୁନିଆରେ ଏମିତି ଏକ ବ୍ୟକ୍ତି ଯିଏ କି ୨୫୬ ବର୍ଷ ପର୍ଯ୍ୟନ୍ତ ବଂଚିଥିଲେ । ତାଙ୍କର ନାମ ଚିଙ୍ଗ ଯୁଏ । କେତେ ଜଣ ଐତିହାସକାରି ଙ୍କ କହିବା ଅନୁଯାଇ ସେହି ବ୍ୟକ୍ତି ଙ୍କ ଜନ୍ମ ୩ ମେ ୧୬୭୭ ମସିହାରେ ଚୀନ ର କିଚିୟାଙ୍ଗ ଜିଲା ରେ ହୋଇଥିଲା ।ଏବଂ କେତେ ଲୋକ ଏହା ମଧ୍ୟ କହିଛନ୍ତି ଯେ ଲି ଚିଙ୍ଗ ୧୭୩୬ ମସିହାରେ ଜନ୍ମ କରିଥିଲେ ବୋଲି ମଧ୍ୟ କହିଥିଲେ ।

1928 ମସିହାରେ “ନୁଁଵର୍କ ଟାଇମ୍ସ ” ରେ ଏକ ସାମ୍ବାଦିକ ଲେଖିଥିଲେ ଯେ ଲି ଚିଙ୍ଗ ଙ୍କ ଏକ ପଡୋଶୀ ବୃଦ୍ଧା କହିଥିଲେ ଯେ ଯେତେବେଳେ ତାଙ୍କ ଜେଜେବାପା ବଂଚିଥିଲେ ସେହି ସମୟରେ ତାଙ୍କ ଜେଜେ ବାପା ଲି ଚିଙ୍ଗ ଙ୍କ ସହ ସମ୍ପର୍କୀୟ ଥିଲେ ଏବଂ ତାଙ୍କ ସହ ମିଳାମିଶା ବି କରୁଥିଲେ । ଏହି କଥାରୁ ଆପଣ ଅନୁମାନ କରୁଥିବେ ଯେ ଲି ଚିଙ୍ଗ କେତେ ପୁରୁଣା ପିଢ଼ିର ଲୋକ ଥିଲେ ।

କିନ୍ତୁ ପୁଣି ଥରେ ୧୯୩୦ ମସିହାରେ “ନୁଁଵର୍କ ଟାଇମ୍ସ ” ତରଫରୁ ଏହି ସମ୍ବନ୍ଧରେ ଏକ ଖବର ପ୍ରକାଶିତ କରିଥିଲା । ଏହି ଖବର କାଗଜରେ ଲେଖାଯାଇଥିଲା ଯେ ଚୀନ ରେ ଥିବା ଚେଁଗଡ଼ୁ ୟୁନିଭର୍ସିଟି ରେ ପ୍ରଫେସର ବୁ ଚୁଙ୍ଗ -ଚି଼ହ ୧୮୨୭ ମସିହାରେ ଲି ଚିଙ୍ଗ ଙ୍କ ୧୫୦ ତମ ବାର୍ଷିକ ଜୟନ୍ତୀ ଓ ୧୮୭୭ ମସିହାରେ ୨୦୦ ତମ ବାର୍ଷିକ ଜୟନ୍ତୀ ଉତ୍ସବ ରେ ତାଙ୍କୁ ଶୁଭ କାମନା ଜଣାଇଥିଲେ ।

ସେ ପେସାରେ ଜଣେ ଚାଇନିସ ହର୍ବଲିଷ୍ଟ ସହ ମାର୍ଶାଲ ଆର୍ଟିଷ୍ଟ ଥିଲେ । ଏବଂ ସେହି ପତ୍ରକାର କହିବା ଅନୁଯାଇ ଏହି କାରଣରୁ ସେ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରହିପାରିଥିଲେ । ମାତ୍ର ସେ ୧୦ ବର୍ଷରୁ ହିଁ ହର୍ବଲିଷ୍ଟ ବ୍ୟବହାର କରୁଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେ ୭୧ ବର୍ଷ ବୟସରେ ମାର୍ଶଲ ଆର୍ଟ୍ସ ରେ ଟ୍ରେନିଙ୍ଗ ଦୋଉ ଥିଲେ ଏବଂ ସେ ସେନା ରେ ମଧ୍ୟ ସାମିଲ ଥିଲେ ।

ଏହା ସହ ଲୋକ କହିବା ଅନୁୟାଯୀ ଲି ଚିଙ୍ଗ ତାଙ୍କ ଜୀବନ କାଳରେ ୨୪ ଜଣ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୨୦୦ ରୁ ଅଧିକ ସନ୍ତାନ ମଧ୍ୟ ଥିଲେ ବୋଲି କୁହ ଯାଇଛି । ତାଙ୍କର ଏହି ଲମ୍ବା ଜୀବନ ପଛରେ ସେ ବହୁତ ଚେର ମୁଲି ବ୍ୟବହାର କରୁଥିଲେ ବୋଲି କୁହାଯାଇଛି । ଏହାସହ ସେ ପ୍ରାପ୍ତ ନିଦ୍ରା ବି କରୁଥିଲେ ଏବଂ ଚାଉଳରୁ ତିଆରି ହୋଉଥିବା ନିଶା ଦ୍ରବ୍ୟ ବି ବ୍ୟବହାର କରୁଥିଲେ ବୋଲି କୁହାଯାଇଛି ।

Leave a Reply