କେବେ ଅଫିସ ରେ ଶାଶୁ ମା ଙ୍କ ପାଦ ଛୁଇଁ ଚର୍ଚାକୁ ଆସିଥିଲେ ଏହି IPS ଅଫିସର।

ଦଙ୍ଗଳ ମହିଳା ଆଇପିଏସ ଏବଂ ଇନ୍ଦୋର ର ଏସଏସପି ରୁଚି ବର୍ଦ୍ଧନ ମିଶ୍ର ପୁଣି ଚର୍ଚାକୁ ଆସିଛନ୍ତି। ନିଜ ୨ବର୍ଷର ଝିଅ କୁ ନିଜ କାନ୍ଧରେ ପକେଇ ଡିଉଟି କରିବାକୁ ଯିବା କୋଉ ନୂଆ କଥା ନାହିଁ କିନ୍ତୁ ଏହା ପୂର୍ବରୁ ନିଜ ଶାଶୁ ମା ଙ୍କ ପାଦ ଛୁଇଁ ପଦ ଭାର ସମ୍ଭାଳିଥିଲେ ଏହାକୁ ନେଇ ମଧ୍ୟ ଚର୍ଚା ହୋଇଥିଲା । ସୂତ୍ରରୁ ଜଣା ପଡୁଛି ଯେ ମିଶ୍ର ନିଜ ବ୍ୟାଚ ର ଟପର ମଧ୍ୟ ଥିଲେ ।ଏହା ସହିତ ସେ ଏକ ନିଖୁଣ ସୁଟର ବା ନିଷାନେଵାଜ଼ ଭି ଥିଲେ । ଆସନ୍ତୁ ଜାଣିବା ସେ ଜଡିତ ଥିବା କିଛି ମୁଖ୍ୟ ଘଟଣା ।

ଏସଏସପି ରୁଚିବର୍ଦ୍ଧନ ମିଶ୍ର ଯେବେ ରାତି ୯ ଟା ସମୟରେ ନିଜ ଘରକୁ ଯାଇଥିଲେ ତାଙ୍କର ଛୋଟ ଝିଅ ତାଙ୍କ ସହ ଖେଳିବାକୁ ଜିଦ୍ଦୀ କରିଥିଲେ କିନ୍ତୁ ତାଙ୍କୁ ସେହି ରାତ୍ର ଖୂଂଦେଲ ଥାନା କୁ ଅନୁଧ୍ୟାନ କରିବାକୁ ଯିବାର ଥିଲା ଛୋଟ ଝିଅ ଜିଦ୍ଦୀ କରିବା ଯୋଗୁ ଝିଅ କୁ ମଧ୍ୟ ନିଜ ସାଥିରେ ନେଇଯାଇଥିଲେ ।

ରାତ୍ର ପ୍ରାୟ ୧୧ ଟା ସମୟରେ ଖୂଂଦେଲ ଥାନା ପହଁଚିଲେ ଠିକ ସେତେବେଳେ ସାଥିରେ ଥିବା ପୋଲିସ କହିଥିଲେ ଯେ ମେଡମ ଝିଅ କୁ ଆମକୁ ଦେଇଦିଅନ୍ତୁ କିନ୍ତୁ ଝିଅ କୁ ନିଜେ କାନ୍ଧରେ ଧରି ଡିଉଟି କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏସଏସପି ମିଶ୍ର ନିକଟରେ ଇନ୍ଦୋର ର ପ୍ରଥମ ମହିଳା ଏସ ଏସ ପି ଅଟନ୍ତି । ଏବଂ ତାଙ୍କ ସ୍ୱାମୀ ସଶାଙ୍କ ମିଶ୍ର ଉଜଜେନ ରେ କଲେକ୍ଟର ଅଛନ୍ତି । ଏହି ପରିପେକ୍ଷୀରେ ଡି ଆଇ ଜି ହରିନାରାୟଣ ଚାରି ମିଶ୍ର ତାଙ୍କର ସ୍ୱାଗତ କରିଛନ୍ତି ଏବଂ ନିଜ ଦାଇତ୍ଵ ପଦ ମଧ୍ୟ ଦେଇଛନ୍ତି ।

ମିଶ୍ର ତାଙ୍କ ବ୍ୟାଚ ରେ ଟପର ଥିଲେ ଏହା ସହ ସେ ନିଖୁଣ ସୁଟର ମଧ୍ୟ ଥିଲେ ତାଙ୍କୁ ସୁଟର କମ୍ପିଟେସନ ରେ ୧୦ ରୁ ୧୦ ମିଳିଥିଲା । ୨୦୦୬ ରେ ଦିଲ୍ଲୀ ର JNU ରୁ ଏମେଏ ଓ ଏମଫିଲ ପଢିଥିଲେ ଏବଂ ଏହା ପରେ ଆଇପିଏସ ଭାବେ କାର୍ଯ୍ୟରତ ଥିଲେ ।

ଏହା ପୂର୍ବରୁ ରେଲୱେ ଏସପି ଥିବା ସମୟରେ ୨୦୧୬ ରେ ଭୋପାଲରେ ଏକ ୧୩ ବର୍ଷ ଝିଅ କୁ ୮ ଜଣା ଯୁବକ ମିଶି ବଳାତ୍କାର କରିଥିଲେ ଏହି ମାମଲାରେ ଦୋଷୀ କୁ ୨୦୧୭ ମସିହାରେ ଆଜୀବନ ଜେଲଦଣ୍ଡ ଦେବାରେ ମୁଖ୍ୟ ଭୂମିକା ତାଙ୍କର ଥିଲା ।

Leave a Reply