ମଧ୍ୟପ୍ରଦେଶ ଜିଲ୍ଲା କୋଲାରସ ତହସିଲ ଖୋଙ୍କର ଗାଓଁ ର ଏକ ନିହାତି ଗରିବ ଦିନ ମଜୁରିଆ ଙ୍କ ଏକ ସଡକ ଦୃଘଟଣା ରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ମହିଳା ଜଣ ନିଜ ପେଟ ପୋଷିବା ପାଇଁ ଏବଂ ଘର ଚଳେଇବାପାଇଁ ବହୁତ କଷ୍ଟ କରୁଥିଲା । ହେଲେ ତାର ଘର କୁ ସେ ଏକା ଚଳାଇ ପାରୁନଥିଲେ । ଦିନେ ତାକୁ ମନେପଡିଲାଯେ ନିଜ ସ୍ୱାମୀ ୫୦୦ ଟଙ୍କାରେ ଏକ ବ୍ୟକ୍ତିଗତ ଜୀବନ ବୀମା କରିଥିଲେ। ଏହି ବୀମା ବିଷୟରେ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ କୁ ଯାଇଥିଲେ । ଏବଂ ବ୍ୟାଙ୍କ ପରିଚାଳକ ଙ୍କ ସହ ନିଜ ସ୍ୱାମୀ ବହୁ ଦିନ ପୂର୍ବେ କରିଥିବା ଏହି ବୀମା ବିଷୟରେ ପଚାରିଥିଲେ ।
କିଛି ଦିନ ପରେ ଶାଖା ପରିଚାଳକ ମହିଳା ଟିର ସ୍ୱାମୀଙ୍କ ବ୍ୟାଙ୍କ ବିବରଣୀ ଅନୁଧ୍ୟାନ କରିଥିଲେ । ଏବଂ ପରେ ଜଣା ପଡିଥିଲା ଯେ ମୃତକ ଭାଗିରଥି ନିଜ ବ୍ୟକ୍ତିଗତ ଏକ ଦୃଘଟଣା ଜନିତ ମୃତ୍ୟୁ ବୀମା ବର୍ଷକୁ ୫୦୦ ଟଙ୍କା ର ପଲିସୀ କରିଥିଲେ ଏବଂ ଯାହାର ନୋମିନି ନିଜ ସ୍ତ୍ରୀ ନାମ ରେ କରାଯାଇଥିଲା ।
ମହିଳାଙ୍କ ନିଜ ସ୍ୱାମୀ ଏହି ବୁଦ୍ଧି ବିଚାରୀ କରିଥିବା କାମ ଦିନେ କାମ ରେ ଆସିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ କୋଲାରସ ଗତ ଶୁକ୍ରବାର ଦିନ ସେହି ମହିଳା ଜଣକୁ ସଖା ପରିସରକୁ ଡାକି ୧୦ଲକ୍ଷ ବୀମା ଟଙ୍କା ର ଏକ ଚେକ ପ୍ରଦାନ କରିଥିଲେ। ସୂତ୍ର ରୁ ଜଣାପଡିଛି ଯେ ମୃତକ ନାମ ଭାଗିରଥି ପରିହାର (୩୫) ନିକଟରେ ତାଙ୍କୁ ଏକ ଟ୍ରକ ଧକା ଦେଇଥିଲା ଫଳରେ ତାଙ୍କର ମୃତ ହୋଇଯାଇଥିଲା ।
ମହିଳା ଜଣ କହିଛନ୍ତି ଯେ ନିଜ ସ୍ୱାମୀ ଦ୍ଵାରା କରାଯାଇଥିବା ଏହି ବୀମା ରାଶି କୁ ନିଜ ପିଲା ମାନଙ୍କୁ ପାଳନ ପୋଷଣ କରିବା ସହ ପଢ଼ାଇବା ପାଇଁ ଏବଂ ନିଜ ଘର ଚଲେଇବା ପାଇଁ ବହୁ ମାତ୍ରାରେ ସାହାଯ୍ୟ କରିବ ବୋଲି ଶାଖାପାରି ସରରେ କାନ୍ଦି କାନ୍ଦି କହିଥିଲେ ।