ମଝି ରାସ୍ତାରେ ଏକ ଘଣ୍ଟା ଧରି ଚାଲିଥିଲା ଏହି ପ୍ରେମୀ ଯୁଗଳଙ୍କ ଡ୍ରାମା ସାମ୍ନାକୁ ଆସିଲା ଭିଡ଼ିଓ।

ମେକ୍ସିକୋ ସହରର ର ଏକ ସଡ଼କରେ ବସିଥିବା ଏକ ପୁଅ ଏବଂ ଝିଅ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି । ଓକସାକା ସହର ର ୨୨ ବର୍ଷୀୟ ସୋନିଆ ଅମୟରାନି ନିଜ ବୟଫ୍ରେଣ୍ଡ ସହିତ ବାହାରକୁ ବୁଲିବାକୁ ଯାଇଥିଲା ଏବଂ ପରେ ଏକ ହୋଟେଲ ରୁ ଦୁହେଁ ବାହାରକୁ ଆସିବା ସମୟରେ ହଠାତ ଏକ କୌଣସି କଥାରେ ଦୁଇ ଜଣ ଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ ଝିଅ ଜଣ କ କ୍ରୋଧରେ ଆସି ନିଜ ବୟଫ୍ରେଣ୍ଡ କୁ ଚାକୁ ମାରିଦେଇଥିଲା । ଏହାପରେ ଝିଅ ଟି ତାର ବୟଫ୍ରେଣ୍ଡ କୁ ନିଜ ଗୋଡ଼ରେ ଧରି ସେହି ମଧ୍ୟ ରାସ୍ତାରେ ହିଁ ବସିଯାଇଥିଲା । ଏବଂ ନିଜ ର ବୟଫ୍ରେଣ୍ଡ ବଂଚିବା ପାଇଁ ଭଗବାନ ଙ୍କୁ ପ୍ରାଥନା କରିବାରେ ଲାଗିଲା ।

ଏହି ଅବସ୍ଥାରେ ଝିଅ ଟି ନିଜ ବୟଫ୍ରେଣ୍ଡ କୁ କହୁଥିଲା ଯେ ମୁ ତମକୁ ବହୁତ ଭଲ ପାଉଛି ବୋଲି । କିନ୍ତୁ ସେଠାରେ ଥିବା ସ୍ଥାନୀୟ ଲୋକ ଏହା ଦୃଶ୍ୟକୁ ଭିଡ଼ିଓ ବନେଇ ଚାଲିଥିଲେ। କିନ୍ତୁ କିଛି ସମୟପରେ ପୋଲିସ ଆସି ଆମ୍ବୁଲାନ୍ସ ଯୋଗେ ସେହି ପୁଅ ଟିକୁ ମେଡିକାଲ ନେଇଯାଇଥିଲେ । ଘଟଣା ସ୍ଥଳରେ ହିଁ ଝିଅ ଟିକୁ ପୋଲିସ ଆରେଷ୍ଟ କରିଥିଲେ । ରାଗରେ ଝିଅ ଟି ନିଜ ବୟଫ୍ରେଣ୍ଡ ର ପେଟ କୁ ଚାକୁ ମାରି ଦେଇଥିଲା ଏବଂ କହୁଥିଲା ଯେ ମୋତେ କ୍ଷମା କରିଦିଅ ଏବଂ ମୁ ତମକୁ ମାରିବାକୁ ଚାହୁଁନଥିଲି । ମୁ ତମକୁ ବହୁତ ଭଲ ପାଉଛି କିନ୍ତୁ ତମକୁ ଜଣ ନାହିଁ ଯେ ତମେ ମୋ ସହ କଣ କରିଛ ?

ପୂର୍ବରୁ ମଧ୍ୟ ନିଜ ବୟଫ୍ରେଣ୍ଡ ଉପରେ ଚାକୁ ମାରିବାକୁ ଉଦ୍ୟମ କରିଥିବାର ଜଣା ପଡିଛି । କିନ୍ତୁ ରକ୍ତ ଅବସ୍ଥାରେ ରୋଡ଼ରେ ପଡିଥିବା ନିଜ ବୟଫ୍ରେଣ୍ଡ ଏହାକୁ ଜବାବ ଦେଇ କହିଥିଲା ଯେ ଏହି ଘଟଣାରେ ଭଗବାନ ହିଁ ସାକ୍ଷୀ ଅଛନ୍ତି । ପୋଲିସ ଆସିଥିଲା କିନ୍ତୁ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ନଥିବା ଯୋଗୁ ପ୍ରାୟ ଏକ ଘଣ୍ଟା ରୋଡ଼ ରେ ପୁଅଟି ପଡିରହିଥିଲା ପ୍ରାୟ ୧ ଘଣ୍ଟା ପରେ ଆମ୍ବୁଲାନ୍ସ ଆସି ମେଡିକାଲ କୁ ନିଆଯାଇଥିଲା ବୋଲି ଯାହା ମିଡ଼ିଆ ସୂତ୍ରରୁ ଜଣା ପଡିଛି।

ଏବଂ ପରେ ପୋଲିସ ଏହି ମାମଲା ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି।

Leave a Reply