ପାକିସ୍ତାନ କବ୍ଜା ରେ ଥିବା ଭାରତୀୟ ବିଙ୍ଗ କମାଣ୍ଡର ଆଜି ଭାରତ ଆସିବାର ନିଶ୍ଚୟ ହୋଇଯାଇଥିଲା । ପାକିସ୍ତାନ ର ବିଦେଶ ମନ୍ତ୍ରୀ ସହ ମହମୁଦ କହିବା ଅନୁସାରେ ଆଜି ଦିନ ଦି ପହରରେ ଭାରତୀୟ କମାଣ୍ଡର ଙ୍କୁ ନିଜ ଦେଶ କୁ ଛଡ଼ାଯିବ ବୋଲି କହିଥିଲେ ମାତ୍ର ପାକିସ୍ତାନ ଜାଣିଶୁଣି ସନ୍ଧ୍ୟା ୪ଟା ଯାଏ ସମୟ ବଢ଼େଇଦେଇଥିଲା ବର୍ତମାନ ବୋର୍ଡର ରେ ସେରେମନି ଭାରତ ସୀମାକୁ ଆସିଲେ । ସେପଟେ ବାଘା ବୋଡେର ରେ ତାଙ୍କର ସ୍ୱାଗତ କରିବା ପାଇଁ ଲୋଗ ମାନେ ଢୋଲ,ଶଙ୍ଖ ଓ ବାଦ୍ୟଯନ୍ତ୍ର ସହ ଫୁଲମାଳ ଓ ଜାତୀୟ ପତାକା କୁ ନେଇ ବାଘା ବୋଡେର ରେ ଅପେକ୍ଷା କରିଥିଲେ।
ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସଂସଦରେ ଗୁରୁବାର ଦିନ ଘୋଷଣା କରିଥିଲେ ଯେ ଭାରତୀୟ ବିଙ୍ଗ କମାଣ୍ଡର ଶୁକ୍ରବାର ଦିନ ଭାରତ କୁ ଛଡ଼ାଯିବ। ଅଭିନନ୍ଦନ ଙ୍କ ବାପା ମା ମଧ୍ୟ ତାଙ୍କ ବୀର ପୁଅ କୁ ଘରକୁ ନେବା ପାଇଁ ବାଘା ବୋର୍ଡ଼ର ରେ ପହଁଚିଯାଇଛନ୍ତି।
ଭାରତ ସହ ପାକିସ୍ତାନ ଏମିତି କରିଥିଲା ଚାଲାକି :
ଅସଲି ଘଟଣା ଏମିତି ଥିଲା ଭାରତ ପାକିସ୍ତାନ କୁ ବାଘା ବୋର୍ଡର ରେ ସବୁଦିନ ହୋଉଥିବା ସେରିମନି ପୂର୍ବରୁ ଅଭିନନ୍ଦନ ଙ୍କୁ ଫେରେଇଦେବା ପାଇଁ କହିଥିଲା। ତାପରେ ଦିନ ଦି ପହରେ ବି ଅଭିନନ୍ଦନଙ୍କୁ ଫେରିନଥିଲେ ବର୍ତମାନ ୫୩ ଘଣ୍ଟା ପରେ ଅଭିନନ୍ଦନ ଭାରତ ସୀମାରେ ପହଂଚିଥିଲେ। ବୋର୍ଡର ରେ ସମସ୍ତେ ତାଙ୍କୁ ସ୍ୱାଗତ କଲେ।