ପାକିସ୍ଥାନରେ ଜନ୍ମ ନେଉଥିବା ଆତଙ୍କବାଦ ବିପକ୍ଷରେ ଭାରତ ଦ୍ୱାରା କରାଯାଇଥିବା କାର୍ଯ୍ୟନୁଷ୍ଠାନରେ ଆମେରିକା, ରୁଷ୍ , ଫ୍ରାନ୍ସ ପରେ ଏବେ ଜାପାନ ବି ସମର୍ଥନ ଜଣାଇଛି ,ଜାପାନ୍ ପାକିସ୍ଥାନକୁ କଡା ଶବ୍ଦରେ କହିଛି କି ଆତଙ୍କବାଦ ବିପକ୍ଷରେ ସେ ଶକ୍ତ କାର୍ଯ୍ୟନୁଷ୍ଠାନ କରନ୍ତୁ , ଜାପାନ୍ ଜାମ୍ମୁ କାଶ୍ମୀରର ପୁଲବାମା ୧୪ ଫେବୃୟାରୀକୁ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରି ପାକିସ୍ଥାନକୁ କହିଲେ କି ସେ ଆତଙ୍କୀ ଗତିବିଧିରେ ସାମିଲ୍ ଲୋକଙ୍କୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ।
ଜାପାନର ବିଦେଶ ମନ୍ତ୍ରୀ ତାରୋ କୋନୋ କହିଲେ କି ଆମେ କାଶ୍ମୀରର ଗମ୍ଭୀର ହାଲାତ ଉପରେ ଚିନ୍ତିତ ଅଛୁ, ୧୪ ଫେବୃୟାରୀକୁ ଇସଲାମୀ କଟରପନ୍ଥି ସମୁହ ଜୈଶ୍-ଏ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣର ନିନ୍ଦା କରୁଛନ୍ତି , ପାକିସ୍ଥାନକୁ ସେ କହନ୍ତି କି ଆତଙ୍କବାଦ ବିପକ୍ଷରେ କଡା କାର୍ଯ୍ୟନୁଷ୍ଠାନ କରନ୍ତୁ । କହିଦେବୁ କି ଜାପାନ ଛଡା ଆତଙ୍କବାଦକୁ ନିଜ ଜାଗାରେ ଆଶ୍ରୟ ଦେଇଥିବା ପାକିସ୍ଥାନ କୁ ଆମେରିକା ଆଉଥରେ ଚେତାଇଛନ୍ତି , ଆମେରିକା କହିଲା କି ସୀମା ପାର୍ ଆତଙ୍କବାଦ ଓ ଏବେ ଭାରତର କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ସିଆର୍ ପିଏଫ୍ ଉପରେ ଆତଙ୍କୀ ଆକ୍ରମଣରେ ଏହି କ୍ଷେତ୍ରର ସୁରକ୍ଷାକୁ ଏକ ବଡ ବିପଦ ପହଞ୍ଚିଛି
ଆମେରିକା ପାକିସ୍ଥାନକୁ ତାର କଥାକୁ ମନେ ପକାଇଛନ୍ତି , ଆମେରିକାର ବିଦେଶୀ ବିଭାଗ କହିଲେ କି ଆମେ ଅପିଲ୍ କରୁଛୁ କି ପାକିସ୍ଥାନ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେବା ଓ ଧନ ଦୌଲତ ପହଞ୍ଚାଇବା କରିବା ବନ୍ଦ କରିଦିଅନ୍ତୁ , ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା କରାଯାଇଥିବା ପ୍ରତିବନ୍ଧକତା ପାଳନ କରନ୍ତୁ ,
ପୁଲବାମାରେ ହୋଇଥିବା ଆକ୍ରମଣ ପରେ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ବିପକ୍ଷରେ ଭାରତୀୟ ବାୟୁସେନା କରିଥିବା କାର୍ଯ୍ୟନୁଷ୍ଠାନ ଆମେରିକା ସମର୍ଥନ କରିଛନ୍ତି , ଆମେରିକାର ବିଦେଶ ମନ୍ତ୍ରୀ ପମ୍ପିୟୋ ବୁଧବାର ରାତିରେ ଭାରତୀୟ ସୁରକ୍ଷା ଉପଦେଶକର୍ତ୍ତା ଏନ୍ ଏସ୍ ଏ ଅଜିତ୍ ଡୋଭାଲ୍ ଙ୍କ ସହ ଫୋନ୍ ରେ କଥା ହୋଇଥିଲେ , ଏହି ସମୟରେ ସେ ଜୈଶ୍-ଏ-ମହମ୍ମଦ ବିପକ୍ଷରେ କରାଯାଇଥିବା ଭାରତର କାର୍ଯ୍ୟନୁଷ୍ଠାନର ସମର୍ଥନ କଲେ , ଏହି ସମୟରେ ଡୋଭାଲ୍ କହିଲେ କି ପାକିସ୍ଥାନ ମାଟିରେ ଜୈସ୍-ଏ-ମହମ୍ମଦ ଆତଙ୍କୀ କ୍ୟାମ୍ପକୁ ଭାରତ ର କାର୍ଯ୍ୟନୁଷ୍ଠାନକୁ ଆମେରିକା ସମର୍ଥନ କରିଛି