ବିଶ୍ୱର ସବୁ ସହର ବଜାର ରେ ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ । ବିଶେଷ କରି ଯୁବପିଢି ଓ ଦମ୍ପତିମାନେ ଏହି ଦିନକୁ ଅପେକ୍ଷା ରଖିଥାଆନ୍ତି । କାରଣ ଏହିଦିନ ପାଳନ କରାଯାଏ ଭାଲେଣ୍ଟାନ୍ସ ଡେ’ ଅର୍ଥାତ୍ ଏହାକୁ ପ୍ରେମର ଦିବସ ବୋଲି ମଧ୍ୟ କୁହାଯାଏ ।
ଏହିଦିନ କିଏ କାହାକୁ ପ୍ରପୋଜ କରିଥାଏ ତ ପୁଣି କିଏ ପୁରୁଣା ପ୍ରେମକୁ ଆହୁରି ରଙ୍ଗିନ କରିବାକୁ ଚାହେଁ । ହେଲେ କେବେଠାରୁ ଆଉ କିଏ ପାଳନ କରିଥିଲା ଏହି ଭାଲେଣ୍ଟାଇନ ଡେ’ ତାହା ଅନେକଙ୍କୁ ଜଣା ନ ଥିବ । ରୋମର ଜଣେ ପାଦ୍ରି ସନ୍ଥ ଭାଲେଣ୍ଟାଇନଙ୍କ ନାମ ଅନୁସାରେ ଏହି ଦିବସ ପାଳନ କରାଯାଇଥାଏ । ତୃତୀୟ ଶତାବ୍ଦି ବେଳକୁ ରୋମରେ ସମ୍ରାଟ କ୍ଲେନଡିୟସଙ୍କ ଶାସନ ଚାଲିଥିଲା । ସମ୍ରାଟ ଭାବୁଥିଲେ ବିବାହିତ ପୁରୁଷ ଅବିବାହିତ ପୁରୁଷଙ୍କ ଭଳି ଶକ୍ତିଶାଳୀ ନୁହେଁ । ବିବାହ ପରେ ଜଣେ ପୁରୁଷ ତା’ର ସମସ୍ତ ଶକ୍ତି ହରାଏ ଜ୍ଞାନ ମଧ୍ୟ କମିଯାଏ ବୋଲି ସମ୍ରାଟ କୁହନ୍ତି ।
ଏଥିପାଇଁ ତାଙ୍କ ଶାସନ କାଳରେ ସେ ଦେଶର କୌଣସି ସେନା ଓ ଅଧିକାରୀ ବିବାହ କରିପାରିବେ ନାହିଁ ବୋଲି କହିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ପାଦ୍ରି ଭାଲେଣ୍ଟାଇନ । ଏହାପରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା । ଅର୍ଥାତ୍ ସେନା ଓ ଅଧିକାରୀମାନେ ବିବାହ କରିଥିଲେ । ହେଲେ ୧୪ ଫେବୃୟାରୀ ୧୨୬୯ରେ ପାଦ୍ରିଙ୍କୁ ଫାଶୀ ଦିଆଯାଇଥିଲା । ତେଣୁ ତାଙ୍କ ମୃତ୍ୟୁ ଦିବସକୁ ସେବେଠାରୁ ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଉଛି ।