ବଲିଉଡ୍ ର ଲୋକପ୍ରିୟ ଗାୟକ ସୋନୁ ନିଗମ ଗୋଟେ ଅଜଣା ୱାଲେର୍ଜି ପାଇଁ ହସ୍ପିଟାଲ ରେ ଭର୍ତି ହେଇଛନ୍ତି। ଏବେ ସେ ନିଜେ ଇଂସ୍ଟଗ୍ରାମ ରେ କିଛି ଫଟୋ ଶେୟାର କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ଫଟୋସହ ଘଟଣା ସମ୍ପର୍କରେ ମଧ୍ୟ ସେ କିଛି ତଥ୍ୟ ଦେଇଛନ୍ତି। ସେ ଲାକମାନଙ୍କୁ ଧନ୍ୟବାଦ ବି ଜଣେଇଛନ୍ତି ତାଙ୍କ ଶୁଭ ଚିନ୍ତା କରି ଥିବା ପାଇଁ।

ନିକଟରେ ସେ ଓଡିଶାରେ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା ବେଳେ ଅଧିକ ପରିମାଣରେ ସିଫୁଡ୍ ଖାଇ ଦେଇଥିଲେ। ଏହାପରେ ସେ ମୁମ୍ବାଇ ଫେରିଯିବା ପରେ ନିଶ୍ୱାସ ନେବାରେ କଷ୍ଟହେବାରୁ ସୋମବାର ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କର ଗୋଟିଏ ଆଖି ଅଧିକ ଫୁଲି ଯାଇଥିବା ଦେଖାଯାଇଛି। ଆଲର୍ଜି ଯୋଗୁ ଏପରି ହୋଇଥିବା ସେ ଉଲ୍ଲେଖ କରିଛନ୍ତି।
ସେ ଦୁଇଟି ଫୋଟୋ ସେର କରିଛନ୍ତି ଯେଉଁଥିରେ ତାଙ୍କ ଗୋଟେ ଆଖି ଫୁଲି ଯାଇଛି, ଆଉ ଦୁତୀୟ ଫୋଟୋ ରେ ସେ ହସ୍ପିଟାଲ ରେ ଅକ୍ସିଜେନ ମାସ୍କ ପିନ୍ଧି ଥିବାର ଦେଖା ଯାଇଛି।