ନିଉଜିଲାଣ୍ଡ ସହ ମୁକାବିଲା ପାଇଁ ଭାରତୀୟ କ୍ରିକେଟ ଦଳ ଅକ୍‌ଲାଣ୍ଡ ପହଂଚିଛି, ପୋଷ୍ଟ କ୍ଲିକ କରି ଜାଣନ୍ତୁ ମ୍ୟାଚ ବିଷୟରେ

ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତିଲା ପରେ ଭାରତ ବର୍ତମାନ ନ୍ୟୁଜିଲାଣ୍ଡ କୁ ଯାଇଛି। ଦଳ ରବିବାର ଅକ୍‌ଲାଣ୍ଡରେ ଅବତରଣ କରିଛି। ଏହି ସିରିଜ ଜାନୁୟାରୀ ୨୩ରୁ ଆରମ୍ଭ ହେବ। ଦେଶରେ ୩ ସପ୍ତାହ ଧରି ଅବସ୍ଥାନ କାଳରେ ଭାରତୀୟ ଦଳ ୫ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।

ଅକ୍‌ଲାଣ୍ଡ ବିମାନବନ୍ଦରରେ ଭାରତୀୟ କ୍ରିକେଟ ଦଳ ଅବତରଣ କରୁଥିବା ଦୃଶ୍ୟ ସମ୍ବଳିତ ଏକ କ୍ଷୁଦ୍ର ଭିଡିଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅପ୍‌ଲୋଡ୍‌ କରିଛି। ଉପସ୍ଥିତ ଭାରତୀୟ ସମର୍ଥକମାନେ ଖେଳାଳିମାନଙ୍କୁ ସ୍ବାଗତ କରିଥିଲେ। କେଦାର ଯାଦବ ଓ ଦୀନେଶ କାର୍ତ୍ତିକ ଅଟୋଗ୍ରାଫ ଦେଉଥିଲେ। ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଲୋକେ ଚିୟରଅପ୍‌ କରିଥିଲେ। ଭାରତୀୟ ଦଳ ସୋମବାର ସକାଳେ ନାପିଏର ଗସ୍ତ କରିବ।

ସେଠାରେ ବୁଧବାର ସକାଳେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ। ପରବର୍ତ୍ତୀ ଅନ୍ତର୍ଜାତୀୟ ଦିନିକିଆଗୁଡ଼ିକ ଯଥାକ୍ରମେ ଟରାଙ୍ଗା (ଜାନୁୟାରୀ ୨୬ ଓ ୨୮), ହାମିଲଟନ (ଜାନୁୟାରୀ ୩୧) ଏବଂ ଓ୍ବେଲିଂଟନ (ଫେବୃୟାରୀ ୩)ଠାରେ ଖେଳାଯିବ। ସେହିପରି ତିନୋଟି ଅନ୍ତର୍ଜାତୀୟ ଟି୨୦ ଓ୍ବେଲିଂଟନଠାରେ (ଫେବୃୟାରୀ ୬), ଅକ୍‌ଲାଣ୍ଡ (ଫେବୃୟାରୀ ୮) ଏବଂ ହାମିଲଟନ (ଫେବୃୟାରୀ ୧୦)ଠାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ସକାଳ ୭ଟା ୩୦ରୁ ଏବଂ ତିନୋଟିଯାକ ଅନ୍ତର୍ଜାତୀୟ ଟି୨୦ ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହେବ।

Leave a Reply