ବାଇକ ଚଢି ଯାଉଥିବା ଯୁବକ ହେଲମେଟ ନ ପିନ୍ଧିବାର ମହଙ୍ଗା ପଡିଲା। ହରିୟାନା ର ଈଜ୍ଜର ଜିଲ୍ଲା ର ଏକ ଚୈକି ରେ ଉପସ୍ଥିତ ଥିବା ପୋସିସ କର୍ମି ଅଟକାଇଲେ। ସେ ଅନ୍ଯ କେହି ନଥିଲେ ଯୁବକ ଙ୍କ ପେଲିସ କର୍ମି ପତ୍ନୀ। କିନ୍ତୁ ସେ ଦିନ ପୋଲିସ ଯାତାୟତ ଲୋକ ଙ୍କ ର ଚାଲାଣ ନ କାଟି ଚକଲେଟ ଏ ଫୁଲ ଦେଉଥିଲା। ଲୋକ ମାନେ ନିଜେ ସଚେତନ ହୁଅନ୍ତୁ ବୋଲି।
ବାଇକ ଚଢି ଥିବା ସ୍ବାମି ଅଙ୍କିତ ଙ୍କୁ ହେଲମେଟ ନ ପିନ୍ଧି ଥିବା ଦେଖି ପତ୍ନୀ ସରୋଜା ପ୍ରଥମେ ଚୋକଲେଟ ଦେଲେ ଓ ହସି ଫୁଲ ବି ଦେଲେ। ଡ୍ଯୁଟି ନିର୍ବାହ କରୁଥିବାରୁ କହିଲେ ଆଗକୁ ହେଲମେଟ ପିନ୍ଧି ଆସିବ ଏଥର ଚୋକେଲଟ ଓ ଫୁଲ ଦେଲି ଆଗକୁ ନ ପିନ୍ଧିଲେ ଚାଲାଣ କାଟିବି। ପତ୍ନୀ ଦେଇଥିବା ଚକବେଟ ଓ ଗୋଲାପ ଫୁଲ ଧରି ସ୍ବାମି ହସିଦେଲେ, କିନ୍ତୁ ତା ପରେ ଶୁଣିଲେ ଗାଳି।

ପୋଲିସ କର୍ମି ପତ୍ନୀ ସରୋଜା କହିଲେ, ମୋଟରସାଇକେଲ ତଲାଇଲେ ବେଳେ ହେଲମେଟ ପିନ୍ଧିବା ଜରୁରୀ, ଏହା ପରିବାର ସହ ଜୋଡିତ। ସ୍ବାମି ଙ୍କୁ ପ୍ରେମ ଭରା ଗାଳି ଦେଇ ସଚେତନ କରୁଥିବା ଦେଖି ପୋଲିସ କର୍ମି ଙ୍କ ସହ ଉପସ୍ଥିତ ଥିବା ଲୋକ ପ୍ରସଂଶା କଲେ ସରୋଜା ଙ୍କୁ।
ଏସିପି ପଂକଜନୋନ ଙ୍କ ନିର୍ଦ୍ଦେଶନୁସାରେ ଅତିରିକ୍ତ ପୋଲିସ ଅଧିଖ୍ଯକ ଶଶାଂକ କୁମାର ସାବନ ଙ୍କ ମାର୍ଗ ଦର୍ଶକ ଟିମ ରୋଟ ରେ ଅତିକ୍ରମ କରୁଥିବା ଲୋକ ଙ୍କୁ ନିୟମ କୁ ପାଳନ କରିବା ପାଇଁ ବୁଝାଇ ଚକଲେଟ ଓ ଫୁଲ ଦେଉଥିଲେ। ଓ ଆଗକୁ ସଚେତନ ନହେଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏସପି ପଂକଜ ନୋନ କହିଲେ ବିଭାଗ ରେ ଏମିତି ଲୋକ ଙ୍କ ର ଆବଶ୍ଯକତା ଅଛି, ଯିଏ ନିଜ କର୍ତ୍ତବ୍ଯ କୁ ନିର୍ବାହ କରିଥିବା ବେଳେ କୈଣସି ପ୍ରକାର ଅବହେଳା କରିବନି। ଜୀବନ ବହୁତ ମୁଲ୍ଯବାନ।ଯାତାୟତ ନିୟମ କୁ ପାଳନ କରି ଦୁର୍ଘଟଣା କୁ ରୋକାଯାଇ ପାରିବ। ସମସ୍ତ ଙ୍କୁ ଅନୁରୋଧ କରାଯାଉଛି ଯେ ନିୟମ ପାଳନ କରି ନିଜର ନୈତିକ ଦାୟିତ୍ବ କୁ ପାଳନ କରନ୍ତୁ।