ଭାରତ ରତ୍ନ ସଚିନ ତେନିଦୁଲକର ଙ୍କ କୋଚ ରମାକାନ୍ତ ଈଚାରେକର ଙ୍କ ଅନିତିମ ଯାତ୍ରା ରେ ସଚିନ ନିଜ ଗୁରୁ ଙ୍କୁ କାନ୍ଧ ଦେଇଛନ୍ତି। ବିନୋଦ କଂବଲି ଓ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ମଧ୍ଯ ଯୋଗ ଦେଇଛନ୍ତି। ଏହି ଅବସର ରେ ମୁମ୍ବାଇ ର ସୁବ କ୍ରିକେଟର ଆଚାର୍ରକର ଙ୍କ ର ସଲାମି ଦେଇଛନ୍ତି। ଅନ୍ତିମ ସଂସ୍କାର କାର୍ଯ୍ଯ ଶିବାଜୀ ପାର୍କ ରେ ସମ୍ପର୍ଣ୍ଣ ହୋଇଛି।
ବୁଧବାର ଦିନ ମୁମ୍ବାଇ ୮୭ ବର୍ଷ ବୟସ ରେ ଆଚାରେକର ପରଲୋକ ଗମନ କରିଛନ୍ତି। ସଚିନ କହିଛନ୍ତି, ସ୍ବର୍ଗ ରେ ଯଦି କ୍ରିକେଟ ହେବ ସାର ସେଠାରେ ମଧ୍ଯ ସମୃଧ କରିଦେବେ। ମୁଁ ସାର ଙ୍କ ଅନ୍ଯ ଛାତ୍ର ମାନଙ୍କ ଭଳି କ୍ରିକେଟ ର ଏବିସିଡି ସାର ଙ୍କ ପାଖରୁ ଶିଖିଛି। ସାର ଙ୍କ ଯୋଗଦାନ ମୋ ଜୀବନ ରେ କେତେ ଗୁରୁତ୍ତ୍ବପୂର୍ଣ୍ଣ ତାହା କହିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଆଜି ମୁଁ ଯେଉଁ ସ୍ଥାନ ରେ ପହଁନ୍ଚି ପାରିଛି ତାର ଆଧାର ସାର ବନେଇ ଥିଲେ।
ଆଚାରେକର ଙ୍କ ସମ୍ପୂର୍ଣ୍ଣ ନାମ ରମାକାନ୍ତ ବଠ୍ଠୁଲ ଆଚାରେକର ଥିଲା। ସେ ୧୯୩୨ ମସିହା ରେ ଜନ୍ମ ଗ୍ରହଣ କରିଥିଲେ। ସେ ଶିବାଜା ପାର୍କ ରେ ଯୁବ ଖେଳାଳି ମାନଙ୍କୁ କୋଚିଂଗ ଦେଉଥିଲେ। ସଚିନ ଙ୍କ ଗୁରୁ ଭାବରେ ଆଚାରେକର ମୁମ୍ବାଇ କ୍ରିକେଟ ଟିମ ର ଚୟନ କର୍ତ୍ତା ଥିଲେ। ସେ ଦ୍ରୋଣାଚାର୍ଯ୍ଯ ଆୱାର୍ଡ ରେ ସମ୍ମାନିତ ହୋଇଥଲେ। ସଚିନ, କାଂବଲି, ଅଜିତ ଅଗରକର, ଚନ୍ଦ୍ରକାଂତ ପଂଡିତ ଓ ପ୍ରବିଣ ଅମରେ ଏହି ଭଳି ଅନେକ ଦିଗବିଜୟୀ କ୍ରିକେଟର ଙ୍କୁ କୋଚିଂଗ ଦେଇ ଥିଲେ ଆଚାରେକର।