ପ୍ରିୟଙ୍କା ଚୋପଡା ଓ ନିକ ଜୋନସ ବୋଲିଉଡ ର ବନ୍ଧୁ ମାନଙ୍କ ପାଇଁ ଗୁରୁବାର ରିସେପ୍ଶନ ର ଆୟୋଜନ କରିଥିଲେ। ପାର୍ଟି ରେ ନବ ବିବାହିତ ଯୋଡି ରଣବୀର ଓ ଦିପିକା ମଧ୍ଯ ଯୋଗ ଦେଇ ଥିଲେ।ରଣବୀର ଦିପୀକା ଙ୍କ ଦୁପାଟା ସଜାଡୁ ଥିବାର ଦୃଶ୍ଯ ଦେଖିବାକୁ ମିଳିଥିଲା। ଏହା ପରେ ରଣବୀର ନିଜ ଛାତି ରେ ହାତ ଦେଇ ନିଜ ଭଲପାଇବା ଜଣାଇଲେ, ଦିପିକା ଙ୍କ ମୁହଁ ର ଥିଲା ପ୍ରମ ଭରା ହସ।

ଦିପିକା ରଣବୀର ଙ୍କ ବିବାହ ପରେ ୧ ଡିସେମ୍ବର କୁ ମୁମ୍ବାଇ ରିସେପ୍ଶନ ରଖିଥିଲେ। ପ୍ରିୟାଙ୍କା ଚୋପଡା ନିଜ ବିବାହ ଯୋଗୁଁ ସାମିଲ ହୋଇ ପାରିନଥିଲେ। କିନ୍ତୁ ରଣବୀର ଦିପିକା ବିବାହ କରିବା ର ଆନାଉଁସ କରିଥିଲେ, ସେତେବେଳେ ପ୍ରିୟଙ୍କା ପ୍ରଥମେ ଶୁଭକାମନା ଜଣାଇ ଥଲେ, ସେ ନିଜ ରିସେପ୍ଶନ ର ପ୍ରଥମ କାର୍ଡ ରଣବୀର ଦିପିକା ଙ୍କୁ ଦେଇ ଥିଲେ।

ନିକ ପ୍ରିୟଙ୍କା ଙ୍କ ରିସେପ୍ଶନ କୁ ଅନେକ ବୋଲିଉଡ ଷ୍ଟାର ସାମିଲ ହୋଇଥିଲେ। ସଲମାନ ଖାନ, ଦିପିକା-ରଣବୀର, କୈଟ୍ରିନା କୈଫ, ଲ୍ବରା ଭାସ୍କର, ପରିଣିତି ଚୋପଡା, ରାଜକୁମାର ରାବ ଓ ଗାର୍ଲ ଫ୍ରେଣ୍ଡ ପତ୍ରଲେଖା, କରନ ଚୈହର, କିୟାର ଆଡବାଣୀ, ୟାମି ଗୈତମ, ଅନିଲ କପୁର, ରଣବୀର କପୁର, କଂଗନା ରନୋଟ, ରେଖା, ବିଦ୍ଯା ବାଲନ, ସଂଜୟ ଦତ୍ତ ଏହିପରି ଅନେକ ବୋଲିଉଡ ଷ୍ଟାର ଯୋଗ ଦାଇ ଥିଲେ।

ପ୍ରିୟଙ୍କା ଓ ନିକ ଜୋଧପୁର ର ଉମ୍ମେଦ ଭବନ ପ୍ଯାଲେସ ରେ ୧ ଡିସେମ୍ବର ରେ ଖ୍ରିଷ୍ଟିୟାନ ନୀତି ଓ ୨ ଡିସେମ୍ବର ହିନ୍ଦୁ ବିଧି ରେ ବିବାହ ବନ୍ଧନ ରେ ବାନ୍ଧି ହେଲେ। ବିବାହ ପରେ ୪ ଡିସେମ୍ବର ରେ ନିୟୁଦିଲ୍ଲି ରେ ରିସେପ୍ଶନ ପାର୍ଟି ଦେଇଥିଲେ ଯେଉଁ ଥିରେ କି ପିଏମ ମୋଦି ମଧ୍ଯ ଯୋଗ ଦେଇଥିଲେ। ୧୯ ଡିସେମ୍ବର ରେ ମୁମ୍ବାଇ ରେ ରିସେପ୍ଶନ ପାର୍ଟି ଦେଇଥିଲେ।