ପୂର୍ବ ଭାରତୀୟ କ୍ରିକେଟର ଗୈତମ ଗମ୍ଭିର ନିଜ କ୍ଯାରିୟର ର ଶେଷ ମ୍ଯାଚ ଖେଳି କ୍ରିକେଟ ରୁ ସନ୍ଯାସ ନେଲେ। ୨୦୦୩ ରେ କ୍ରିକେଟ ରେ ପାଦ ଦେଇଥିବା ଗମ୍ଭିର ଅନେକ କ୍ଯାପ୍ଟେନ ଙ୍କ ଅଧିନ ରେ ଖେଳିଛନ୍ତି।
୧୫ବର୍ଷ କ୍ରିକେଟ ଖେଳିବା ପରେ ସେ ସନ୍ଯାସ ନେବା କୁ ଘୋଷଣା କରିଛନ୍ତି। ସେ କହିଛନ୍ତି “ଜୀବନ ର ଅନେକ ନିଷ୍ପତି ପରିସ୍ଥିତି ଚାପ ରେ ନିଆଯାଏ, ମୁଁ ଆଜି ସେହି ନିଷ୍ପତି ନେଇଛି ଯାହା ମନ କୁ ଆସିଲେ ଡର ଲାଗେ”।
ଭାରତ ପାଇଁ ଦୁଇଟି ୱାଲ୍ଡକପ ଜିତିବାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଗୌତମ ଭାରତର ପୂର୍ବ ଅଧିନାୟକ କୁଂବଲେ ଙ୍କୁ ନିଜ ର ପସନ୍ଦ ର ଅଧିନାୟକ ବୋଲି ମାନିଛନ୍ତି। କୁଂବଲେ ୨୦୦୭ ରେ ଭାରତୀୟ ଅଧିନାୟକ ଦାୟିତ୍ବ ନେଇଥିଲେ। ଗମ୍ଭିର କହିଛନ୍ତି ମୁଁ ଅନେକ କ୍ଯାପ୍ଟେନ ଙ୍କ ଅଧିନ ରେ ଖେଳିଛି କିନ୍ତୁ ଅନିଲ କୁଂବଲେ ଙ୍କ ଠାରୁ ଅନେକ କିଛି ଶିଖିଛି।
ଗୌତମ ଗମ୍ଭିର ଭାରତ ଟିମ ପାଇଁ ଶେଷ ଟେଷ୍ଟ ମ୍ଯାଚ ୨୦୧୬ ରେ ଖେଳିଥିଲେ। ସେ ଟେଷ୍ଟ ମ୍ଯାଚ ରେ ୪୧.୯୭ ରେ ୪୧୫୪ ରନ କରିଥିଲେ, ODI ମ୍ଯାଚ ରେ ୫୨୩୮,ଟି-20 ରେ ୩୭ ମ୍ଯାଚ ରେ ୯୩୨ ରନ କରିଥିଲେ।