ସାଇବାବା ଙ୍କ ନାମକରଣ କିଏ ଏବଂ କେମିତି କରିଥିଲା, ଆସନ୍ତୁ ଜାଣିବା ସାଇ ଙ୍କ ବିଷୟରେ କିଛି ସତ୍ୟ ତଥ୍ୟ..

ଶିରିଡି ସାଇବାବା ନାମରେ ପୃଥିବୀ ବିଖ୍ୟାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ, ଓ ଭିକ୍ଷୁକ ଥିଲେ. ଏବଂ ତାଙ୍କର ହିନ୍ଦୁ ଓ ମୁସଲିମ୍ ଧର୍ମର ମିଳନତା ପାଇଁ ସେ ପ୍ରସିଦ୍ଧ । ଆଜି ଯାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ ।

ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ଜଣା ନାହି । ତାଙ୍କର ଏହି ସାଇ ନାମକରଣ ସେ ଶିରିଡିକୁ ଆସିବା ସମୟରେ ହୋଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ । ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ୟା ସାଇ କହି ସ୍ଵାଗତ କରା ଯାଇଥିଲା ।

ପର୍ସିଆନ୍ ଭାଷାରେ ସୁଫୀ ସନ୍ଥ ମାନଙ୍କୁ ସାଇ କୁହାଯାଏ, ଯାହାର ଅର୍ଥ ହଉଛି ଗରିବ ବ୍ୟକ୍ତି । ଏବଂ ସଂସ୍କୃତରେ ସାଇର ଅର୍ଥ ହେଉଛି ସାକ୍ଷାତ ଭଗବାନ୍ । ସାଇ ବାବା ଜଣେ ଖ୍ୟାତନାମା ସାଧୁ, ବିଶେଷ ଭାବେ ଭାରତରେ କିନ୍ତୁ ସେ ସମଗ୍ର ବିଶ୍ଵବାସୀଙ୍କଦ୍ଵାରା ପୂଜିତ ।

ସେ ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା ଦାନ କରିବା, ଅନ୍ୟ ମାନଙ୍କୁ ସାହାଯ୍ୟ କରିବା, ସୁଖ ଶାନ୍ତି ପ୍ରତି ଏକ ଗଭୀର ତାତ୍ତ୍ଵିକ ଭାବ ପ୍ରକାଶ କରୁଥିଲେ। ସାଇ ବାବା ମିଳିତ ଭାବେ ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଧାର୍ମିକ ଶିକ୍ଷା ପ୍ରଦାନ କରୁଥିଲେ। ସେ ଉଭୟ ହିନ୍ଦୁ ଓ ମୁସଲିମ୍ ଗ୍ରନ୍ଥ ଆଦି ଅଧ୍ୟୟନ କରି ବେଦାଦିରୁ ଗ୍ରହଣ କରିଥିବା ତତ୍ତ୍ଵକୁ ସମଗ୍ର ଶିରିଡିରେ ପ୍ରଚାର କରୁଥିଲେ। ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ସ୍ଲୋଗାନ୍ ହେଲା “ସବକା ମାଲିକ୍ ଏକ୍ ହେ” ଯାହାକି ଇସଲାମ୍ ଧର୍ମ ସହ ସମ୍ବନ୍ଧିତ ।

ସେ ସବୁବେଳେ କହୁଥିଲେ “ଆଲା ମାଲିକ୍” (ଇଶ୍ଵର ହିଁ ରାଜା) । ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ଵାସ କରାଯାଏ । ସାଇବାବା ଙ୍କ ଏହି ପୋଷ୍ଟ କୁ ଅଧିକ ରୁ ଅଧିକ ସେର କରନ୍ତୁ ଆଉ ସାଇ କୃପା ଲାଭ କରନ୍ତୁ…

Leave a Reply