ଆଜି ଆପଣଙ୍କୁ ଦୁନିଆ ର ଏମିତି କିଛି ପାଳିତ ପଶୁ ବିଷୟ ରେ କହିବୁ ଯେଉଁମାନେ କି ନିଜର ମାଲିକ କୁ ମାରି ଖାଇଦେଲେ। ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ମାତ୍ର ସତ ଅଟେ, ଆସନ୍ତୁ ଜାଣିବା କେଉଁ ପଶୁ ଗୁଡିକ।
୪- ବଡ ଝିଟିପିଟି:
ରୋନାଲ୍ଡ ହଫ କିଛି ଅଲଗା କରିବା ପାଇଁ ଚାହୁଁଥିଲେ। ସେ ବଡ ଝିଟିପିଟି କୁ ପାଳିତ ପଶୁ କରି ରଖିଥିଲେ। ରୋନାଲ୍ଡ ଙ୍କୁ ଅନେକ ଦିନ ଧରି ପରିବାର ଲୋକ ଦେଖିବାକୁ ନ ପାଇବାରୁ ପୋଲିସ କୁ ଜଣେଇଲେ। ପୋଲିସ ଆସି ତଦନ୍ତ କରିବାରୁ ଜାଣିବାକୁ ପାଇଲେ ଯେ ତାଙ୍କୁ ସେ ବଡ ଝିଟିପିଟି ଖାଇଦେଇଛି।
୩- ଦାରିୟାଈ ଘୋଡା:
ସାଉଥ ଆଫ୍ରିକା ର ବାସିନ୍ଦା ଜଣେ କୃଷକ ଙ୍କୁ ରାସ୍ତା ରେ ଏକ ଦାରିୟାଈ ଘୋଡା ମିଳିଲା। ସେ ଏହାକୁ ନିଜ ଘରେ ପାଳିତ ପଶୁ ଭଳି ରଖିଲେ। କିନ୍ତୁ କିଛି ବର୍ଷ ପରେ ସେହି ବ୍ଯକ୍ତି ର ଶବ ନଦୀ ରେ ଭାସୁ ଥିବାର ମିଳିଲା ଯାହାକୁ କି ସେଇ ଘୋଡା କାମୁଡି ରଖିଥିଲା। ଏହି ଘୋଡା ବଡ ଓ ଖୁବ ଜଲ୍ଦି ରାଗି ଯାନ୍ତି।
୨- ଏନାକୋଂଡା:
ଅନ୍ଯ ଦେଶ ରେ ଅନେକ ଲୋକ ଅଜଗର କୁ ପାଳିତ ପଶୁ ଭଳି ରଖନ୍ତି। ଗ୍ନେଟାବିବିୟନ ନାମକ ଜଣେ ବ୍ଯକ୍ତି ୧୩ ଫୁଟ ଲମ୍ବା ର ଏକ ଅଜଗର କୁ ପାଳିଥିଲେ। ଗୋଟେ ଦିନ ତାଙ୍କ ପଡୋଶି କୁ ତାଙ୍କର ଶବ ମିଳିଲା ଯାହାକୁ ସେଇ ଅଜଗର ଗୋଡାଇ ରଖିଥିଲା।
୧- ପାଳିତ କୁକୁର:
ଆମେରିକା ର ଜଣେ ବ୍ଯକ୍ତି ଙ୍କ ଘରେ ପୋଲିସ ପହଁଚିଲା ପରେ ଦେଖିଲା ଗେଟ ପାଖରେ କୁକୁର ଟି ଅଜବ ହରକତ କରୁଥିଲା। ଘର ଭିତର କୁ ଯାଇ ଦେଖିଲା ତ ମାଲିକ ର ଶବ ପଡିଛି। କୁକୁର ମୁହଁ ରେ ଲାଗିଥିବା ରକ୍ତ ମାଲିକର ହୋଇଥିବା ବେଳେ, ମାଲିକ ଦେହ ରେ ମଧ୍ଯ କୁକୁର କାମୁଡା ଦାନ୍ତ ଚିହ୍ନ ଥିଲା।