୧୪୪ ଥର ରକ୍ତଦାନ କରିଥିବା ଅନ୍ନଦା ଙ୍କର ଜୀବନ ଏବେ ବିପଦରେ,ପୋଷ୍ଟ କୁ ସେୟାର କରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ.

ଦୀର୍ଘ 30ବର୍ଷ ଧରି କ୍ରମାଗତ ଭାବେ ରକ୍ତ ଦାନ କରି ଆସୁଥିବା ଓ ଅନେକ ଜୀବନ ବଞ୍ଚାଇଥିବା ଅନ୍ନଦାଙ୍କ ଜୀବନ ଏବେ ସଂକଟ ରେ, ସେ ଦୀର୍ଘ ୩୦ ବର୍ଷ ଧରି ୧୪୪ ଥର ରକ୍ତଦାନ କରିଛନ୍ତି ଓ ଏବେ ତାଙ୍କର ହିମୋଗ୍ଲୋବିନ ର ମାତ୍ରା କମିବାରେ ଲାଗିଛି, ହିମୋଗ୍ଲୋବିନ ର ମାତ୍ରା କମିବା ଫଳରେ ସେ ମୃତ୍ୟୁର ନିକଟତର ହେବାକୁ ଲାଗିଛନ୍ତି ସବୁଠୁ ଆଶ୍ଚର୍ଯ୍ୟର କଥା ଏଥେ ଥର ରକ୍ତଦାନ କରି ମଧ୍ୟ କୌଣସି ସଂଗଠନ କିମ୍ବା ସଂସ୍ଥା କେହିବି ସହାୟତାର ହାତ ବଢ଼ାଇ ନାହାନ୍ତିଁ.

ସେ ନିଜ ଗାଁର ଜଣେ ଲୋକକୁ ୨୨ ବର୍ଷ ବୟସରେ ରକ୍ତଦାନ କରିବଞ୍ଚାଇ ଥିଲେ ଏହା ପରେ ତାଙ୍କୁ ଏତେ ଆତ୍ମତୃପ୍ତି ଦେଇଥିଲା ଯେ ସେ ପ୍ରତିଜ୍ଞା କରି ନେଲେ କି ୭୦ ବର୍ଷ ଯାଏଁ ଏହି ରକ୍ତଦାନ ଜାରି ରଖିବେ କିନ୍ତୁ ୫୨ ବର୍ଷ ରୁ ହିଁ ସେ ରକ୍ତହୀନତା ଶିକାର ହୋଇଗଲେ.

କିଛି ଦିନ ପୂର୍ବେ ସେ ପଟ୍ଟାମୁଣ୍ଡାଇ ସ୍ଵାସ୍ଥକେନ୍ଦ୍ରରେ ରକ୍ତଦାନ ପାଇଁ ଯାଇଥିଲେ ହେଲେ ପରିକ୍ଷାରୁ ଜଣାଗଲା ତାଁକର ହିମୋଗ୍ଲୋବିନ ମାତ୍ରା ମାତ୍ର ୭ ଗ୍ରାମ ଅଛି ଯାହାକି ସୁସ୍ଥ ମଣିଷ ଠାରୁ ଯଥେଷ୍ଟ କମ, ସାଧାରଣ ମଣିଷ ଦେହରେ ୧୩.୫ ରୁ ୧୭.୫ ଗ୍ରାମ ରହିଥାଏ.

ତେବେ ଅନ୍ନଦା ଏବେ ନିଜ ଘରେ ଶର୍ଯ୍ୟାଶାଇ । ନିଜ ରକ୍ତ ବଞ୍ଚାଇ ଥିବା ମଣିଷ ଆଜି ସେହି ରକ୍ତପାଇଁ ମୃତ୍ୟୁମୁଖରେ, କୌଣସି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଅନୁରୋଧ ଓ ଏହି ପୋଷ୍ଟ କୁ ସେୟାର କରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ, କିଏ ଜାଣେ ଆପଣଙ୍କ ସେୟାର ଦେଖି କୌଣସି ସଂଗଠନ ଅନ୍ନଦାଙ୍କୁ ସହାୟତା କରିଦେବ.

5 Comments on “୧୪୪ ଥର ରକ୍ତଦାନ କରିଥିବା ଅନ୍ନଦା ଙ୍କର ଜୀବନ ଏବେ ବିପଦରେ,ପୋଷ୍ଟ କୁ ସେୟାର କରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ.”

Leave a Reply