ସାଇବାବା ଆମ ସମସ୍ତଙ୍କୁ ପ୍ରେମ, ଭକ୍ତି ର ମାର୍ଗ ଦେଖେଇଯାଇଛନ୍ତି, ଅନ୍ଧକାରକୁ ଯିଏ ଦିଅନ୍ତି ଆଡେଇ ଆଲୋକାଭିମୁଖୀ କରନ୍ତି ସେ ସାଇ.

ସର୍ବଦା ବାବାଙ୍କୁ ସ୍ମରଣ କଲେ ବଂଚିବାର ରାହା ଅବଶ୍ୟ ମିଳେ । ଅନ୍ଧକାରକୁ ସେ ଦିଅନ୍ତି ଆଡେଇ ଆଲୋକାଭିମୁଖୀ କରନ୍ତି ସେ ସାଇ । ଗୁରୁ ସିଏ ମୋର ଜଗତ ଇଶ୍ୱର ତାଙ୍କ ପାଦ ତଳେ ମୋର ନମସ୍କାର । ଶ୍ରୀ ଶିରିଡି ସାଇବାବା ଭାରତର ଜଣେ ପ୍ରଖ୍ୟାତ ସନ୍ଥ ଅଟନ୍ତି | ସେ ଶିରିଡି ନାମକ ଏକ ଛୋଟ ଗ୍ରାମରେ ବାସ କରୁଥିଲେ ଯାହା କି ମହାରାଷ୍ଟ୍ର ପ୍ରଦେଶରେ, ଗୋଦାବରୀ ନଦୀ ତଟରେ ଅବସ୍ଥିତ | ଆଜି ଏହା ଏକ ବୃହତ୍‌ ନଗରରେ ପରିଣତ ହୋଇଗଲାଣି |

ଶ୍ରୀ ଶିରିଡି ସାଇବାବାଙ୍କୁ ଭକ୍ତ ମାନେ ବାବା ବୋଲି ସମ୍ବୋଧନ କରନ୍ତି ଯାହା ଅର୍ଥ “ବାପା” ବା “ପିତା” | ଶିରିଡି ବାବା ପ୍ରାୟତଃ ଏକ ନିମ୍ବ ଗଛ ର ଛାଇ ତଳେ ବସୁଥିଲେ ଯାହାକୁ କି ସେ ନିଜ ଗୁରୁଙ୍କ ସ୍ଥାନ ବୋଲି କହୁଥିଲେ ଏବଂ ଏବେ ଏହା “ଗୁରୁସ୍ଥାନ” ଭାବେ ପରିଚିତ | ବାବା ଲୋକମାନଙ୍କୁ ଭ୍ରାତୃତ୍ବର ପାଠ ପଢେଇଥିଲେ ତଥା ସର୍ବଦା ଶ୍ରଦ୍ଧା (ବିଶ୍ବାସ) ଓ ସବୁରୀ (ଧୈର୍ଯ୍ୟ) ଅନୁସରଣ କରିବାକୁ ଉପଦେଶ ଦେଉଥିଲେ | ସେ କେବେହେଲେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଦି ଆଧାରରେ କାହାରି ପ୍ରତି ଭେଦଭାବ ରଖି ନଥିଲେ |

ବାବା ନିଜ ଜୀବନକାଳରେ ଅନେକ ଚମତ୍କାର କରିଥିଲେ ଯେପରିକି ପାଣି ରେ ଦୀପ ଜଳେଇବା, ବାତ୍ୟାକୁ ଅଟକେଇବା, ରୋଗୀଙ୍କ ରୋଗ ଦୂର କରିବା, ଭବିଷ୍ୟ ବାଣୀ କରିବା ଇତ୍ୟାଦି | ଫୁଲ ବାବାଙ୍କ ଅତି ପ୍ରିୟ ଥିଲା ତେଣୁ ସେ ନିଜେ ନିଜ ହାତରେ ଫୁଲ ଗଛ ସବୁ ଲଗେଇ ଏକ ବଗିଚା ନିର୍ମାଣ କରିଥିଲେ ତଥା ତାଆର ଯତ୍ନ ସେ ନିଜେ ହିଁ ନେଉଥିଲେ| ସେ ଦୀପ ଜଳେଇବାକୁ ଖୁବ୍‌ ଭଲ ପାଉଥିଲେ | ରାମ ନବମୀ, ଜନ୍ମାଷ୍ଟମୀ, ଦୀପାବଳୀ ଆଦି ପର୍ବ ପର୍ବାଣୀ ମାନ ସେ ପାଳନ କରୁଥିଲେ|

ନଙ୍କୁ ଅତି ଶ୍ରଦ୍ଧା କରୁଥିଲେ ତଥା ସେମାନଙ୍କ ସହିତ ଖେଳୁ ଥିଲେ | ବାବାଙ୍କୁ ରୋଷେଇ ଅତ୍ୟନ୍ତ ପ୍ରିୟ ଥିବାରି ସେ ନିଜ ହାତରେ ଭକ୍ତମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ନିଜେ ପରଷୁ ଥିଲେ | ଏଥି ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସେ ସ୍ବୟଂ କରୁଥିଲେ | ସେ ପ୍ରତ୍ୟହ ଶିରିଡି ରେ ୫ଟି ଘରୁ ଭିକ୍ଷା ମାଗି ସଂଗୃହୀତ ଖାଦ୍ୟ ପ୍ରଥମେ ଅନ୍ୟମାନଙ୍କୁ ବାଣ୍ଟି ପରେ ବଳକା ଖାଦ୍ୟ ନିଜେ ଗ୍ରହଣ କରୁଥିଲେ |

ବାବା ସମସ୍ତଙ୍କୁ ପ୍ରେମ, ଭକ୍ତି ର ମାର୍ଗ ଦେଖେଇଯାଇଛନ୍ତି | ଯଦିଅ ତାଙ୍କ ଦେହତ୍ୟାଗର ଅନେକ ବର୍ଷ ବିତି ଗଲାଣି, ହେଲେ ସେ ଆଜି ବି ନିଜ ଭକ୍ତଙ୍କ ହୃଦ୍ୟରେ ବାସ କରିଛନ୍ତି ତଥା ତାଙ୍କର ମାର୍ଗଦର୍ଶନ କରୁଛନ୍ତି | ଆଜି ଶିରିଡି ରେ ତାଙ୍କର ସମାଧି ମନ୍ଦିର କୁ ପ୍ରତ୍ୟହ ଲକ୍ଷ ଲଷ ଶ୍ରଦ୍ଧାଳୁ ଯାଉଛନ୍ତି ଯେଉଁଠାରେ ସେ ଚିର ନିଦ୍ରାରେ ଶୋଇଛନ୍ତି ଓ ଭକ୍ତଙ୍କ ମନବାଞ୍ଛା ପୂରଣ କରୁଛନ୍ତି |

Leave a Reply