ଏହି ମହିଳା ପୋଲିସଙ୍କର ସାରା ଭାରତରେ ହେଉଛି ପ୍ରଶଂସା ,ଛୋଟ ଛୁଆ ସହ ଏହି ଫୋଟୋ ଭାଇରଲ ହଉଚି.

ଏହି ଭାଇରଲ ଫୋଟୋ ଆସିଛି ଝାଂଶି ରୁ , ଯେଉଁଠି ଜଣେ ମହିଳା ପୋଲିସ ନିଜ ର ୬ ବର୍ଷ ର ଝିଅ କୁ ଡେସ୍କ ଉପରେ ଶୁଆଇ କାମ କରୁଛନ୍ତି , କେହି ଜଣେ ଏହି ଫୋଟୋ ଉଠେଇ ସୋସିଆଲ ମେଡିଆ ରେ ପୋଷ୍ଟ କଲା ପରେ ଏହା ବିପୁଳ ଭାବେ ଭାଇରଲ ହୋଇ ଗଲା, ଓ ଉତ୍ତର ପ୍ରଦେଶ ର ଡିଜିପି ସେହି ପୋଲିସ ଙ୍କୁ ବହୁତ ପ୍ରଶଂସା କରିବା ସହ ଝାଂଶି ପୋଲିସ ଆଇଜି ସେହି ମହିଳା ପୋଲିସ ଜଣଙ୍କୁ ୧ ହଜାର ର ନିଜସ୍ୱ ପୁରସ୍କାର ବି ଘୋଷଣା କରିଛନ୍ତି.

ଘଟଣା ରୁ ପ୍ରକାଶ ଯେ ଏହି ମହିଳା ପୋଲିସ ଜଣ ଙ୍କ ଝାନ୍ସୀ ରେ ଡିଉଟି କରନ୍ତି , ଏହାଙ୍କର ନାମ ଅର୍ଚନା , ଯେତେ ବେଳେ ଡିଜିପି ଏହି ଫୋଟୋ ଦେଖିଲେ ସଂଗେ ସଂଗେ ଖୁସି ହୋଇ କହିଲେ ଏହା ସତରେ ଆମ ସମସ୍ତକ ପାଇଁ ଉଦାହରଣ , ଏହି ପରି ପୋଲିସ ଆମ ସବୁ ଡ଼ିପାର୍ଟମେଣ୍ଟ କୁ ଦରକାର , ତାପରେ ସେ ନିଜ ଆଡୁ ଆଇଜି ଙ୍କୁ ବି ଏଇ ବିଷୟରେ କହିଲେ ଓ ଅର୍ଚନା ଙ୍କ ଟ୍ରାନ୍ସଫର ଆଗ୍ରା କୁ କରେ ଦେଲେ ଯାହା ଫଳରେ ତାଙ୍କୁ ଟିକେ ଯିବା ଆସିବା କୁ ସହଜ ହେବ.

ଅର୍ଚନା କହିଛନ୍ତି କି ତାଙ୍କର ଦୁଇ ଜଣ ଝିଅ, ଗୋଟେ ଝିଅ କୁ ତା ଶାଶୁ ଶଶୁର ରଖନ୍ତି କିନ୍ତୁ ଏହି ଝିଅ ଛୋଟ ହେଇ ଥିବା ରୁ ସାଙ୍ଗ ରେ ଆଣିବାକୁ ପଡୁଛି ଓ ମୋ ସ୍ୱାମୀ ବାହାରେ ରୁହନ୍ତି , ତେଣୁ ଏକା ସବୁ ଦେଖିବାକୁ ପଡେ ଶାଶୁ ଶଶୁର ଙ୍କ କାମ ଓ ଘର ରୋଷେଇ ତାପରେ ଏଇ ଚାକିରୀ ତେଣୁ ମୁ ମୋ ଝିଅ କୁ ସାଙ୍ଗରେ ନେଇ ଆସେ.

ସତରେ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ , ଆପଣ ଙ୍କୁ କଣ ଲାଗୁଚି ନିଶ୍ଚୟ କମେନ୍ଟ ମାଧ୍ୟମ ରେ ଆମକୁ ଜଣାନ୍ତୁ..

Leave a Reply