ଅମୃତସର: ୬୧ ଜଣ ଲୋକ ଙ୍କ ଜୀବନ ନେଇଥିବା ଟ୍ରେନ ଚାଳକ ଲେଖିଛନ୍ତି ଏହି ଚିଠି।

ପଂଜାବ ର ଅମୃତସର ରେ ଦଶହରା ରେ ଦିନ ହୋଇଥିବା ଭୟାନକ ଦୁର୍ଘଟଣା ରେ ୬୧ ଜଣ ଲୋକ ଙ୍କ ଜୀବନ ଯାଇଛି। ୬୧ ଜଣ ଲୋକ ଙ୍କ ମରିବା ପରେ ଏବେ ସେହି ଟ୍ରେନ ଚାଳକ ଚିଠି ସାମ୍ନା କୁ ଆସିଛି।

ବିଜୟ ଦଶମି ଦିନ ଅମୃତସର ର ଜୋଡା ଫାଟକ ରେ ପାସ କରିଥିବା ସବୁଠୁ ବଡ ରେଳ ଦୁର୍ଘଟଣା ବିରୁଧ ରେ FIR ଦିଆଯାଇଛି। ଜୀଆରପୀ ଏହା କରିଛନ୍ତି, ଏହା ସହ ଟ୍ରେନ ଚାଳକ ଅରବିନ୍ଦ କୁମାର ଙ୍କୁ ମଧ୍ଯ ପଚାର ଉଚରା କରିଛନ୍ତି। ସେ ଏକ ଚିଠି ଦେଇଛନ୍ତି ଯେଉଁଥିରେ ପୁରା ଘଟଣା ବର୍ଣ୍ଣନା ହୋଇଛି।

ଟ୍ରେନ ଚାଳକ ପତ୍ର ରେ କହିଛନ୍ତି ଯେ ମୁଁ ଏମରଜେନ୍ସି ବ୍ରେକ ଲଗେଇ ଥିଲି କିନ୍ତୁ ଟ୍ରେନ ରହିଲାନି। ରେଲୱେ ପ୍ରଶାସନ ର ଲିଖିତ ବୟାନ ରେ ଅରବିନ୍ଦ କୁମାର କହିଛନ୍ତି ଯେ ଟ୍ରେନ ପାଖରେ ଲୋକ ଦେଖି ବାରମ୍ବାର ହର୍ଣ୍ଣ ବଜେଇଲେ।

 

କୁମାର ଙ୍କ ପତ୍ର ରେ ଲେଖାହୋଇଛି ଯେ ତାଙ୍କୁ ସବୁଜ ସଂକେତ ଦିଆଯାଇଥିଲା ସେଥିପାଇଁ ସେ ଆଗକୁ ବଢିଲେ। ସେ ଜୋଡା ଫାଟକ ପହଁନ୍ଚିଲେ ଦୁଇଟି ହଳଦିଆ ଲାଇଟ ଦେଖାଗଲା ଯାହାର ମାନେ କି ଗାଡି ର ବେଗ କମ କରିବା। ସେ ସ୍ପିଡ କମ କଲେ କିନ୍ତୁ କିଛି ଦୂର ରେ ରେଳ ଟ୍ରାକ ରେ ଭିଡ ଦେଖିଲେ। ତା ପରେ ସେ ଏମରଜେନ୍ସି ବ୍ରେକ ମାରିଲେ ଏବଂ ବାରମ୍ବାର ହର୍ଣ୍ଣ ମାରିଲେ। ଗାଡି ର ସ୍ପିଡ କମିଯିବାରୁ ଟ୍ରେନ ଛିଡା ହେବା ଉପରେ ଥିଲା ଲେକମାନେ ପଥର ରେ ଆକ୍ରମଣ କଲେ ଯାତ୍ରୀ ମାନଙ୍କ ସୁରଖ୍ଯା ପାଇଁ ଟ୍ରେନ ର ଗତି ବଢେଇବାକୁ ପଡିଲା।

Leave a Reply