ଡ଼ିସକଭରୀ ଚ୍ୟାନେଲ ରେ କାମ କରୁଥିବା ବେୟର ଗ୍ନିଲ୍ସ ଙ୍କବିଷୟ ରେ ଆସନ୍ତୁ ଜାଣିବା କିଛି ଆଶ୍ଚର୍ଯ୍ୟଜନକ କଥା।

ଆପଣମାନେ ଡ଼ିସକଭରୀ ଚ୍ଯାନେଲ ଦେଖୁଥିବେ ତ ବେୟର ଗ୍ନିଲ୍ସ ଙ୍କୁ ଚିହ୍ନିଥିବେ । ଯିଏ କି ସର୍ବାଇବଲ ଶୋ “ମୌନ ବର୍ସିସ ବାଇଲ୍ଡ” ରେ ପୁରା ଦୁନିଆ ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ସିଏ ଏମିତି ଏକ ମଣିଷ ଦୁନିଆ ର କୌଣସି ସ୍ଥାନ ରେ ବି ଯେକୌଣସି ପରିସ୍ଥିତି ର ସାମ୍ନା କରିପାରନ୍ତି । ଚାଲନ୍ତୁ ଆଜି ତାଙ୍କ ବିଷୟ ରେ କିଛି ଜାଣିବା ।

ବେୟର ଙ୍କ ପ୍ରକୃତ ନାମ “Edward Michael Grylls” ଓ ତାଙ୍କ ର ଜନ୍ମ ୭ ଜୁନ ୧୯୭୪ ରେ ନାଁର୍ଥନ ଆୟରଲ୍ଯାଣ୍ଡ ରେ ହୋଇଥିଲା। ବର୍ତ୍ତମାନ ତାଙ୍କର ବୟସ ୪୪ବର୍ଷ। ୨୦୦୦ ମସିହା ରେ ସେ ବିବାହ କରିଥିଲେ ଏବଂ ତାଙ୍କର ୩ଟି ସନ୍ତାନ। ସେ ଫ୍ରେଂଚ, ଇଂରାଜୀ , ସ୍ପେନିଶ ବହୁତ ଭଲ ଭାବେ କହିପାରନ୍ତି । ତାଙ୍କୁ ମ୍ଯୁଜିକ ବହୁତ ଭଲ ଲାଗେ । ସେ ଘରେ ଗିଟାର ଓ ପିୟାନୋ ବଜେଇବାକୁ ବହୁତ ଭଲ ପାନ୍ତି ।

ସେ ସ୍କୁଲ ରେ ପଢୁ ଥିବା ବେଳେ ଇଣ୍ଡିୟାନ ଆର୍ମି ରେ ରହିବାକୁ ଇଛ୍ଥା ରଖିଥିଲେ । ସେ ବ୍ରିଟସ ଆର୍ମି ରେ ୨୧ SAS ୩ ବର୍ଷ କାମ କରିଥିଲେ । ୧୯୯୮ ରେ ୨୨ବର୍ଷ ରେ ସେ ଉଚ୍ଚ ରୁ ଡେଇଁବା ବେଳେ ପୌରାସୁଟ ରେ କଣା ହେବା ଦ୍ବାରା ଶରୀର ର ହାଡ ୩ ଜାଗା ରେ ଭାଙ୍ଗି ଯାଇଥିଲା । ସେ ଏହି ଘଟଣା ର ୧ ବର୍ଷ ପରେ ସବୁଠୁ କମ ବୟସ ରେ ମାଁଉଣ୍ଟ ଏଭରେଷ୍ଟ ଚଢି ବିଶ୍ବ ରେକର୍ଡ କରିଥିଲେ ।

ଏହାଛଡା ସେ ୭୬୦୦ ମିଟର ଉପରେ ହାଁଟଏୟାର ବେଲୁନ ରେ ଡିନର କରି ବିଶ୍ବ ରେକର୍ଡ କରିଥିଲେ । ସେ ନିଜ ପରିବାର କୁ ବହୁତ ଭଲ ପାନ୍ତି। ସେ ଶୁଟିଙ୍ଗ ଗଲେ ବି ନିଜ ପରିବାର ର ଜୁତା ରେଫୋଟ ନେଇଯାନ୍ତି। ଶୁଟିଙ୍ଗ ସରିବା ପରେ ସେ ପ୍ରଥମେ ପେଟ ର ପୋକ ମାରିବା ଔଷଧ ଖାନ୍ତି । ନିଜର ମୂତ୍ର ପିଇବା , ମରିଥିବା ପଶୁ ଙ୍କ ହୃଦୟ ଖାଇବା, ଛେଳି ର ଅଣ୍ଡକୋଷ ଖାଇବା, ଏସବୁ ତାଙ୍କ ପାଇଁ ସାଧାରଣ କଥା । କିଛି ଲୋକ ତାଙ୍କୁ ପସନ୍ଦ କରନ୍ତି ନାହିଁ । ସବୁ ପରେ ବି ତାଙ୍କ ଭଳି ସାହାସ ଖୁବ କମ ଲୋକ ଙ୍କ ମଧ୍ଯରେ ଥାଏ ।

Leave a Reply