ଅମୃତସର: ବାପ ଦେଖିଲା ହ୍ବାଟସପ ରେ ପୁଅ ର କଟା ମୁଣ୍ଡ ଫୋଟ ,ଖୋଜିବାରୁ ମିଳିଲା ଗୋଟେ ଗୋଡ ଓ ଗୋଟେ ହାତ।

ଅମୃତସର ଟ୍ରେନ ଦୁର୍ଘଟଣା :-

ଦଶହରା ରେ ହୋଈଥିବା ଟ୍ରେନ ଦୁର୍ଘଟଣା ରେ ଅନେକ ପରିବାର ଉଜୁଡି ଗଲା । କିଏ ପୁଅ କୁ ହରେଇଲା ତ ପୁଣି କିଏ ଭାଣିଜି କୁ । ଏହି ଘଟଣା ରେ ଲୋକମାନଙ୍କୁ ବିଶ୍ବାସ ହେଉନି ଯେ ତାଙ୍କ ନିଜ ଲୋକ ଆଉ ଏ ଦୁନିଆ ରେ ନାହାଁନ୍ତି। ସେଠାକାର ନିବାସୀ ବିଜୟ କୁମାର ଙ୍କ ଦୃଶ୍ଯ ମନେ ପଡିଲେ ଦେହ ଶୀହରି ଉଠୁଛି । ଯେତେବେଳେ ସେ ନିଜର ୧୮ ବର୍ଷ ର ପୁଅ କଟାମୁଣ୍ଡ ନିଜର ହ୍ବାଟସପ ରେ ଦେଖିଲେ । ବିଜୟ ଙ୍କ ଦୁଇ ପୁଅ ମଧ୍ଯ ରୁ ଗୋଟେ ପୁଅ ଆଶିଷ ମଧ୍ଯ ଘଟଣା ସ୍ଥଳ ରେ ଥିଲା । ଆଶିଷ ର ଜିବନ ବଂଚି ଗଲା କିନ୍ତୁ ତାଙ୍କର ଅନ୍ଯ ପୁଅ ଟି ର ଭାଗ୍ଯ ଖରାପ ଥିଲା।

ବିଜୟ ଏହି ଘଟଣା ଜାଣିବା ପରେ ଗୋଟେ ହସପିଟାଲ ରୁ ଅନ୍ଯ ହସପିଟାଲ ଦଉଡୁ ଥିଲେ କିନ୍ତୁ କିଛି ଜଣା ପଡିଲା ନାହିଁ । କିଛି ସମୟ ପରେ ନିଜ ହ୍ବୀଟସପ ରେ ଗୋଟେ ଫୋଟୋ ଆସିଲା ଯଉଟା କି ତାଙ୍କ ପୁଅ ର କଟା ମୁଣ୍ଡ ର ଫୋଟ ଥିଲା । ଖୋଜିବା ବେଳେ ଗୋଟେ ହାତ ଗୋଟ ଗୋଡ ମିଳିଲା କିନ୍ତୁ ଏହା ତାଙ୍କ ପୁଅ ର ନଥିଲା ।

କାନ୍ଦି କାନ୍ଦି ସେ କହୁଥାନ୍ତି ମୋ ପୁଅ ନୀଳ ରଙ୍ଗ ର ଜିନ୍ସ ପିନ୍ଧିଥିଲା ଏହି ଗୋଡ ତାର ନୁହେଁ,ମୋ ସଂସାର ଉଜୁଡି ଗଲା । ସେଠାରେ ଉପସ୍ଥିତ ଥିବା ସପନା ଙ୍କ ମୁଣ୍ଡ ରେ ଆଘାତ ଲାଗିଛି । ସେ କହୁଛନ୍ତି ଯେ ରାବଣ ପୋଡି ଆରମ୍ଭ ହେବାରୁ ଲୋକ ମାନେ ଟ୍ରେନ ଲାଇନ ଉପରକୁ ପଳେଇଲେ । ସେହି ଟ୍ରାକ ରେ ଟ୍ରେନ ଆସିବାରୁ ଅନ୍ଯ ଟ୍ରାକ କୁ ପଳେଇଲେ ସେହି ସମୟ ରେ ଗୋଟେ ଟ୍ରେନ ଦ୍ରୁତ ଗତି ରେ ଆସିଲା ଲୋକମାନେ ଦୌଡା ଦୌଡି କରିଲେ ।

ସପନା ଏହି ଦୁର୍ଘଟଣା ରେ ସମ୍ପର୍କୀୟ ଭଉଣୀ ଏବଂ ୧ ବର୍ଷ ର ଭତିଜି କୁ ହରେଇ ଦେଲେ । ଏହି ଘଟଣା ରେ ଅନେକ ପରିବାର ଉଜୁଡି ଗଲା । ସେଠାରେ ଆଘାତ ପ୍ରାପ୍ତ ଲୋକ ମାନେ କହିଛନ୍ତି ଯେ ଟ୍ରେନ ର ହର୍ନ ଶବ୍ଦ ଶୁଣାଯାଇ ନଥିଲା । ଜନ ଗହଳି ପୂର୍ଣ ଥିବା ସହ ବାଣ ଫୁଟା ଶବ୍ଦ ରେ କିଛି ଶୁଣା ଯାଉ ନଥିଲା ।

Leave a Reply