୫୫,୦୦୦ ପୋଷ୍ଟରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ?

ଷ୍ଟାଫ୍‌ ସିଲେକ୍ସନ କମିଶନ୍‌ (ଏସଏସ୍‌ସି) ପାଖାପାଖି ୫୫ ହଜାର ପଦରେ ନିଯୁକ୍ତି ପାଇଁ ସୂଚନା ଜାରି କରିଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ୍‌ ଫୋର୍ସ(ସିଆରପିଏଫ୍‌)ର କନେଷ୍ଟବଳ ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରାଯାଇଛି । ପଦ ସହ ସମ୍ବନ୍ଧିତ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଆପଣ ଓ୍ୱେବ୍‌ସାଇଟ୍‌ ( www.ssc.nic.in)କୁ ଯାଇ ଜାଣିପାରିବେ ।

ଏହିସବୁ ପଦ ପାଇଁ ଆବେଦନ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି କିନ୍ତୁ ଓ୍ୱେବସାଇଟରେ କୌଣସି ତ୍ରୁଟି ଯୋଗୁଁ ଆବେଦନ ହେବାରେ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏବେ ୱେବ୍‌ସାଇଟ୍‌ରେ ଆବେଦନ ଆରମ୍ଭ ହୋଇଛି । କିନ୍ତୁ ଏପରି ସବୁ ଅସୁବିଧାରୁ ବଞ୍ଚିବା ପାଇଁ ଆପଣ ଅଫ ଟାଇମ୍‌ ଏବଂ ନନ୍‌ ପିକ୍‌ ଆଓ୍ୱାରରେ ଓଟିପି ଜେନେରେଟ କରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ କରନ୍ତୁ ।

ସେପ୍ଟେମ୍ବର ୧୭ତାରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଅନ୍‌ଲାଇନ ଆବେଦନର ସମୟ ରହିଛି । ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏସ୍‌ବିଆଇ ମାଧ୍ୟମରେ ଚାଲାଣ କାଟିବାର ଶେଷ ତାରିଖ । ଏହାସହ ବିଏସ୍‌ଏଫ୍‌, ସିଆରପିଏଫ୍‌, ସିଆଇଏସ୍‌ଏଫ୍‌, ଏସ୍‌ଏସ୍‌ବି, ଆଇଟିବିପି, ଏଆର୍‌, ଏନ୍‌ଆଇଏ ଏବଂ ଏସ୍‌ଏସ୍‌ଏଫର ମୋଟ ୫୪, ୯୫୩ ପୋଷ୍ଟରେ ଭର୍ତ୍ତି କରାଯିବ ।

Leave a Reply