ଯେବେ ଥାନା ରେ ଜଣେ ଲୋକ ନିଜ ସ୍ତ୍ରୀ ର କଟା ହୋଇଥିବା ମୁଣ୍ଡ ନେଇ ପହଁଚିଲା ତ ପୋଲିସ ବି ସ୍ତବ୍ଧ ହୋଇଗଲେ. ଆଜ୍ଞା ହଁ, ଏହି ଘଟଣା ଘଟିଛି କର୍ଣ୍ଣାଟକ ର ଚିକାମଙ୍ଗାଲୁର ଗାଁ ରେ .. ସତୀଶ ନାମକ ଜଣେ ଲୋକ ନିଜ ସ୍ତ୍ରୀ କୁ ପର ପୁରୁଷ ସହ ଦେଖି ଦେଇଥିଲା ଓ ତାପରେ ରାଗ ରେ କ୍ରୋଧୀ ହୋଇ ସେ ନିଜ ସ୍ତ୍ରୀ ର ବେକ କାଟି ଦେଇଥିଲା ଓ ଥାନା ରେ ଆସି ସରେଣ୍ଡର କରି ଥିଲା.
ସତୀଶ ର ୯ ବର୍ଷ ଆଗରୁ ରୁପା ନାମକ ଝିଅ ସହ ବାହାଘର ହୋଇଥିଲା , ରୁପା ଆଉ ସତୀଶ ଙ୍କ ୨ଟା ପିଲା ମଧ୍ୟ ଅଛନ୍ତି , ସେ ରୁପା ର ଗାଁ ରେ ହିଁ ଗୋଟେ ପୁଅ ସହ ଅଵେଧ୍ୟ ସମ୍ଭନ୍ଧ ଥିଲା ଓ ସେଥିପାଏଁ ଆଗରୁ ସତୀଶ ରୁପା କୁ ଚେତେଇ ବି ଦେଇ ଥିଲା ଓ ତାକୁ କ୍ଷମା କରି ଦେଇଥିଲା .. କିନ୍ତୁ ସେ ଯେତେବେଳେ ସହର ରୁ ନିଜ ଗାଁ କୁ ଫେରି କି ଆସିଲା ସେତେବେଳେ ସେ ପୁଣି ଠାରେ ସେ ଦୁଇ ଜଣ ଙ୍କୁ ସନ୍ଦିଗ୍ଧ ଅବସ୍ଥା ରେ ପାଇଲା , ଆଉ ଏହି ଘଟଣା କୁ ସେ ସହି ପାରିଲା ନାହିଁ ଓ ସଂଗେ ସଂଗେ ସେ ତା ସ୍ତ୍ରୀ ଓ ସ୍ତ୍ରୀ ର ପ୍ରେମିକ କୁ ଭୁଜାଲି ରେ ଆକ୍ରମଣ କରିଦେଲା କିନ୍ତୁ ପ୍ରେମିକ ଖସି ଯିବାରେ ସକ୍ଷମ ହେଲା.
ଏହାପରେ ସେ ତା ସ୍ତ୍ରୀ ର ମୁଣ୍ଡ କୁ ବେଗ ରେ ରଖିଲା ଓ ୨୦ କିମି ଚଳି ଚାଲି ପୋଲିସ ଷ୍ଟେସନ ପହଁଚିଲା ଓ ଆତ୍ମସମର୍ପଣ କରିଦେଲା.
ସେ କହିଲା ମୁ ମୋ ସ୍ତ୍ରୀ କୁ ମାରିଲି ମୋର କୌଣସି ଚିନ୍ତା ନାହିଁ .. ତାକୁ ଦରକାର ଥିଲା ସେଇଆ କିନ୍ତୁ ଦୁଃଖ ଏତିକି ତା ପ୍ରେମୀ କୁ ମାରି ପାରିଲିନି .. ଏସବୁ ଘଟଣା କୁ ଗୋଟେ ପୋଲିସବାଲା ନିଜ କ୍ୟାମେରା ରେ ରେକର୍ଡ କରିଦେଇଥିଲା ଦେଖନ୍ତୁ ଭିଡ଼ିଓ.