ଓଡିଆ ସିନେ ଜଗତର ପ୍ରବୀଣ ଅଭିନେତା ଦେବୁ ବୋଷ ସମସ୍ତଙ୍କୁ ଛାଡି ଆରପାରି କି ଚାଲିଯାଇଛନ୍ତି । । 22 ତାରିଖ ବିଳମ୍ବିତ ରାତିରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।
ଦୀର୍ଘଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସେଠାରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ଜରିଆରେ ରଖାଯାଇଥିଲା ।
1980 ଦଶକରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ସଫଳତା ହାସଲ କରିବା ପରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କର ଫିଲ୍ମ ଗୁଡିକ ହେଉଛି ‘ପୁଅ ମୋର କଳା ଠାକୁର’, ‘ସୁନାଚଢେଇ’, ‘ଚକାଭଉଁରୀ’, ‘ସହରୀବାଘ’, ‘କାବେରୀ’, ‘ଗଙ୍ଗଶୀଉଳୀ’ ଆଦି । ଇଣ୍ଡଷ୍ଟ୍ରିରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ରାସ୍ତା’ ।
2014 ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ରାସ୍ତା’ ହେଉଛି ତାଙ୍କ ଶେଷ ଚଳଚ୍ଚିତ୍ର। ଖାଲି ଅଭିନୟ ନୁହେଁ ନୃତ୍ୟରେ ମଧ୍ୟ ସେ ନିପୁଣ ଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ।
ସେ ଓଡ଼ିଆ ସିନେମାରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଦିଗନ୍ତ ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଛନ୍ତି।
ଦେବ ଦାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଇଣ୍ଡଷ୍ଟ୍ରି ସମେତ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।