ଜୁନୟା ହିଦା ନାମକ ଜଣେ ଲୋକ ଚୋରି ଆଉ ବଳାତ୍କାର ର ଆରୋପ ରେ ଯାପନ ର ଗୋଟେ ପୋଲିସ ଷ୍ଟେସନ ରେ ବନ୍ଦ ଥିଲା। କିଛି ଦିନ ତଳେ ସେ ସେଠାରୁ ଫେରାର ହାଇଯାଇଥିଲା ଆଉ ଏବେ ଯାଏଁ ତାର ସନ୍ଧାନ ଜାରି ଅଛି। ଏବେ ଆପଣ ଭାବିବେ ଏଥିରେ କଣ ଖାସ କଥା। ଖାସ କଥା ଏହା ଯେ ପୋଲିସ ଷ୍ଟେସନ ରୁ ସେ ଜଣେ ପୋଲିସ ର ଜୋତା ଚୋରି କରି ଚାଲିଗଲା। ଏବେ ତାକୁ ପୁରା ୩୦୦୦ ପୋଲସ ମିଶି ଖୋଜୁଛନ୍ତି।
ଯେଉଁ ସମୟରେ ହିଦା ଫେରାର ହେଲା, ତା ହାତରେ ହାତକଡୀ ନଥିଲା। ହିଦା ର ଓକିଲୋ ଆସିଥିଲେ, ସେ ସମୟରେ ହିଦା ଏକେଲା ଥିଲା। ଏହି ସମୟର ଫାଇଦା ଉଠେଇ ସେ ସେଠାରୁ ଫେରାର ହେଇଗଲା। ଏହା ପରେ ଜଣା ପଡିଲା କି ସେ ଜଣେ ପୋଲିସ କର୍ମୀ ର ଜୋତା ନେଇ କି ପଳେଇଛି। କାରଣ ସେ ପୋଲିସ କର୍ମୀ ର ଜୋତା ସେଠି ପଡିଥିଲା।
ହିଦା ଗୋଟେ ବଡ ଅପରାଧୀ ଥିଲା ଆଉ ତାର ଏମିତି ଫେରାର ହେବା ବହୁତ ବଡ଼ କଥା ଅଟେ। କଣ ଜୋତା ଚୋରେଇବା ଏତେ ବଡ଼ ଘଟଣା ଯେ ୩୦୦୦ ପୋଲିସ କର୍ମୀ ତା ପଛରେ ପଡିଲେ? ସବୁଠୁ ବଡ କାରଣ ଜାପାନ ର ନ୍ୟାୟ ବ୍ୟବସ୍ଥା ଅଟେ। ଏଠି ଅପରାଧ ବହୁତ କମ ପରିମାଣ ରେ ହୁଏ। ସେଥିପାଇଁ କୌଣସି ଅପରାଧୀ ର ଏମିତି ଭାବରେ ପୋଲିସ ଷ୍ଟେସନ ରୁ ପଳାୟନ କରିବା ବିଲକୁଲ ସାଧାରଣ କଥା ନୁହେଁ।
ଏହି ବର୍ଷ ଏପ୍ରିଲ ମାସ ରେ ଏମିତି ଆଉ ଗୋଟେ ଘଟଣା ହେଇଥିଲା , ଜଣେ ଅପରାଧୀ ଜେଲ ରୁ ଲୁଚି ଚାଲିଯାଇଥିଲା। ତାପରେ ପୋଲିସ ଦ୍ୱାରା ବହୁତ ଖୋଜିବା ଦ୍ୱାରା ସେ ୩ ସପ୍ତାହ ରେ ମିଳିଯାଇ ଥିଲା।
ଏହି ମାମଲା ରେ ବି ପୋଲିସ ସେ ଅପରାଧୀ ଆଉ ତାଙ୍କ ଓକିଲ କୁ ପଚରା ଉଚୁରା କରି ଖୋଜିବା ଅଭିଯାନ ଆରମ୍ଭ କରିଛି।