ଲଣ୍ଡନ ର ବୈଜ୍ଞାନିକମାନେ ଦାବି କଲେ କି ସେ ବରମୁଣ୍ଡା ଟ୍ରାଙ୍ଗଲ ର ରହସ୍ୟ କୁ ଜାଣିଯାଇ ଛନ୍ତି। ସେମାନେ ଦାବି କଲେ କି ୧୦୦ ଫୁଟ ଉଚା ଭୟଙ୍କର ପାଣି ର ଲହଡ଼ି ଏହାର ମୁଖ୍ୟ କାରଣ ହେଇପାରେ। ଯାହା ପାଇଁ ସବୁ ସମୁଦ୍ରି ଜାହାଜ ରହସ୍ୟମୟ ଭାବରେ ଏଠାରେ ଲୁପ୍ତ ହେଇଯାଏ।
ବରମୁଣ୍ଡା ଟ୍ରାଙ୍ଗଲ୍ ଦେଇ ଗତି କରୁଥିବା ସବୁ ପ୍ଲେନ୍,ଜାହାଜ ଯାହା ବି ଯାଇଛି ତାହା ଆଉ କେବେ ଫେରି ଆସିନି। ଏହି ଆଖ ପାଖ ରେ ଯାଉଥିବା ସବୁ ଜିନିଷ ଲୁପ୍ତ ହେଇ ଯାଆନ୍ତି। ନାସା ର ସେଟଲାଇଟ ଆମ ପୃଥିବୀର କିଛି ଏମିତି ଫୋଟୋ ଉଠେଇଛି, ଯାହା ବରମୁଣ୍ଡା ଟ୍ରାଙ୍ଗଲ ର ରହସ୍ୟ କୁ ଉଜାଗର କରିପାରେ।
ଗୋଟେ ଅନୁମାନ ହିସାବରେ ଗତ ୭୦ ବର୍ଷ ହେଲାଣି କୌଣସି ବୈଜ୍ଞାନିକ ସେଠି ଯାଇ ତା ରହସ୍ୟ ପଛରେ ଥିବା କାରଣ କୁ ଜାଣିବାକୁ ଚେଷ୍ଟା ବି କରି ନାହାନ୍ତି, କାରଣ ସମସ୍ତେ ଡରନ୍ତି। ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନେ ଜାଣି ପାରିନଥିଲେ ଏହା କଣ।
ଏହା ପୂର୍ବ ରୁ ଅଷ୍ଟ୍ରେଲିଆ ର ବୈଜ୍ଞାନିକ କହିଥିଲେ କି ଏହି ଟ୍ରାଙ୍ଗଲ ର ରହସ୍ୟ ପଛରେ ସେଠିକାର ଭୌଗଳିକ ସ୍ଥିତି ଆଉ ଖରାପ ପାଣିପାଗ ଦାୟୀ ଅଟେ। ଏହି ଟ୍ରାଙ୍ଗଲ ରେ ଚୁମ୍ବକୀୟ ଘନତ୍ଵ ର ପ୍ରଭାବ ବି ଅଛି ବୋଲି ସମସ୍ତେ ସ୍ଵୀକାର କରିଛନ୍ତି।