ପବିତ୍ର ଶ୍ରାବଣ ମାସ ରେ ଯଦି ଭଗବାନ ଶିବଙ୍କ ଅଦ୍ଭୁତ ମନ୍ଦିର ର ଦର୍ଶନ ମିଳିଯାଏ ତାହାଲେ ଜୀବନ ଧନ୍ୟ ହେଇଯିବ। ପାଣି ରେ ଡୁବି ରହୁଥିବା ଶିବଙ୍କ ମନ୍ଦିର ଦେଖିବା ପାଇଁ ଆପଣଙ୍କୁ ବହୁତ ଦୂର କୁ ଯିବା ଦରକାର ନାହିଁ। ଏମିତି ଏକ ମନ୍ଦିର ପାଖରେ ହିଁ ଅଛି। ୫୫୦୦ ବର୍ଷ ତଳର ଏହି ମନ୍ଦିର ବର୍ଷ କୁ ଆଠ ମାସ ପାଣିରେ ଡୁବି କି ରହେ। ଏହି ଭଳି ପଠାଣକୋଟ ରେ ଥିବା ମୁକ୍ତେଶ୍ଵର ମନ୍ଦିର ବି ଭବିଷ୍ୟତ ରେ ପାଣିରେ ଡୁବି ପାରେ।
ଜଲନ୍ଦର ରୁ ୧୫୦ କିଲୋମିଟର ଦୂରରେ ଥିବା ପଞ୍ଜାବ ଆଉ ହିମାଞ୍ଚଳ ର ସୀମା ରେ ମହାରଣା ପ୍ରତାପ ଝରଣା ରୁ ୧୫ କିଲୋମିଟର ଦୂରରେ ଗୋଟେ ଟାପୁ ଅଛି ଯାହାର ନାମ ବାଥୁ କି ଲଡି। ୫୫୦୦ ବର୍ଷ ପୂର୍ବେ ପାଣ୍ଡବମାନଙ୍କ ଦ୍ୱାରା ନିର୍ମିତ ଏହି ଟାପୁ ରେ ଥିବା ଆଠ ଗୋଟି ମନ୍ଦିର ର ଶୃଙ୍ଖଳା ଯାହା ବର୍ଷ କୁ ମାତ୍ର ୪ ମାସ ଦେଖା ଯାଇଥାଏ। ଏଠି ଗୋଟେ ଶିବ ଲିଙ୍ଗ ମୁଖ୍ୟ ମନ୍ଦିର ରେ ଅବସ୍ଥିତ ଅଟେ। ଆଉ ଦ୍ୱାର ପାଖରେ ମା କାଳି ଆଉ ଭଗବାନ ଗଣେଶ ଙ୍କ ମୂର୍ତି ଅଛି।
ଏହି ମନ୍ଦିର ରେ ଆଜି ବି ପୁରୁଣା ମହାଭାରତ କାଳ ର ଜିନିଷ ସବୁ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସ ରୁ ଜୁନ ମାସ ପର୍ଯ୍ୟନ୍ତ ଏହି ମନ୍ଦିର କୁ ସମ୍ପୂର୍ଣ୍ଣ ଭାବେ ଅପଣମାନେ ଦେଖି ପାରିବେ। ମନ୍ଦିର ର ଚାରିଆଡେ ଝରଣା ଆଉ ନଦୀ ଥିବାରୁ ଏହି ସ୍ଥାନ ଅତ୍ୟନ୍ତ ସୁନ୍ଦର ଦେଖାଯାଏ। ଏହି ସ୍ଥାନ ରେ ବହୁତ ଗୁଡ଼ାଏ ଗୀତ ଆଉ ଫିଲ୍ମ ର ସୁଟିଙ୍ଗ ହେଇସାରିଛି।