Viral Photos: ଟୟଲେଟ ସିଟ ଭିତରେ ଥିଲା ଏହି ଛୋଟ ଅଜଗର, ତାପରେ ଏମିତି କିଛି ହେଲା….

ବାଥରୁମ ଭିତରକୁ ଗଲା ପରେ ଅଧିକାଂଶ ଲୋକେ ବିନା ଦେଖି କି ହି ଟୟଲେଟ ସିଟ ଉପରେ ବସିପଡନ୍ତି। ମାତ୍ର ଏହି ଘଟଣା କୁ ଜାଣିଲା ପରେ ଆପଣ ଏମିତି କେବେ ବି କରିବେ ନାହିଁ। ଆଜ୍ଞା ହଁ, ଜେମ୍ସ ହୁପର ନାମକ ଜଣେ ବ୍ୟକ୍ତି ନିଜ ଜୀବନରେ ଗୋଟେ ନିୟମ କରିଦେଲେ, ଯେବେ ବି ସେ ବାଥରୁମ ଯିବେ ଟୟଲେଟ ସିଟ କୁ ସେ ପ୍ରଥମେ ଦେଖିବେ।

ଏହାର କାରଣ ହେଲା, ସେ ସମୟରେ ଜେମ୍ସ ଙ୍କ ହୋସ ଉଡ଼ିଗଲା ଯେଉଁ ସମୟରେ ସେ ଟୟଲେଟ ସିଟ ରେ ଗୋଟେ ଅଜଗର କୁ ଦେଖିଲେ। ଖବର ଅନୁସାରେ ଆମେରିକା ର ବର୍ଜିନିଆ ରେ ରହୁଥିବା ଜେମ୍ସ ଙ୍କୁ କିଛି ଦିନ ତଳେ ଟୟଲେଟ ସିଟ ରୁ ବାହାରକୁ ବହାରି ବାର ଅଜଗର ଦେଖା ଯାଇଥିଲା।

ସ୍ଥାନୀୟ ଲୋକମାନଙ୍କ ଅନୁସାରେ ଜେମ୍ସ ଯେଉଁ ସମୟରେ କହିଲେ କି ସେ ଅଜଗର କୁ ନିଜ ଟୟଲେଟ ସିଟ ଭିତରେ ଦେଖିଲେ , ସେ ସମୟରେ ସେମାନେ ଜେମ୍ସ ମଜା କରୁଛନ୍ତି ଭାବିଲେ। ମାତ୍ର ପରେ ସମସ୍ତେ ଦେଖିଲା ପରେ ବିଶ୍ୱାସ କଲେ।

ଟୟଲେଟ ରେ ଅଜଗର କୁ ଦେଖିଲା ପରେ ଜେମ୍ସ ପ୍ରଥମେ ତାଙ୍କ ରୁମମେଟ କେନି କୁ ଡାକିଲେ। ଏନିମଲ କଣ୍ଟ୍ରୋଲ ଅଫିସର ଙ୍କୁ ଡାକିବା ପୂର୍ବରୁ ସେ ଦୁଇ ଜଣ ମିଶି ମାଛ କୁ ଧରିବା ପାଇଁ ତିଆରି ହେଇଥିବ କଣ୍ଟା ରେ ଫାଶି ତିଆରି କରି ସାପ କୁ ଧରି ବାହାରକୁ କାଢି ବାଲ୍ଟି ରେ ରଖିଦେଲେ। ଜେମ୍ସ କହିଲେ ସାପ କୁ ଧରିବା ସମୟରେ ସେ କିଛି କ୍ଷତି କରିବାକୁ ଚେଷ୍ଟା ବି କଲା ନାହିଁ।

ପରେ ଜଣା ପଡିଲା ଏହି ସାପ ଗୋଟେ ବଲ ଅଜଗର ଥିଲା। ବଲ ଅଜଗର ଏମିତି ଗୋଟେ ସାପ, ଯାହାକୁ ଡରେଇଲେ ଅଥବା ମାରିଲେ ସେ ଗୋଟେ ବଲ ଆକାର ନେଇଯାଇଥାଏ। କିଛି ଦିନ ପରେ ସୋସିଆଲ ମିଡିଆ ରେ ଫୋଟୋ ଭାଇରଲ ହେଲା ପରେ ଜଣାପଡିଲା ଏହି ସାପ ଜଣଙ୍କ ପୋଷା ସାପ ଥିଲା। ସାପ ର ମାଲିକ ସାପର ଫୋଟୋ ଦେଖି ଚିହ୍ନି ପାରିଲା। ଏବେ ସାପ ତା ମାଲିକ ସହ ଅଛି।

Source of this article..

Leave a Reply