୨୭ ଜୁଲାଇ ୨୦୧୮ କୁ ବର୍ଷ ର ଦୂତୀୟ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ଏହି ଗ୍ରହଣ ରାତି ୧୧.୫୪ ରେ ଆରମ୍ଭ ହେଇ ତାପର ଦିନ ୨୮ ଜୁଲାଇ ସକାଳ ୩.୪୯ ଯାଏଁ ରହିବ। କାରଣ ଏହା ପୂର୍ଣ ଚନ୍ଦ୍ର ଗ୍ରହଣ ଅଟେ ଆଉ ଏହା ୧ ଘଣ୍ଟା ୪୮ ମିନଟ ଯାଏ ରହିବ। ଏହି ଚନ୍ଦ୍ର ଗ୍ରହଣ ରେ ଚନ୍ଦ୍ର ଲାଲ ରଙ୍ଗ ର ଦେଖାଯିବ। ଏହାକୁ ବ୍ଲଡ଼ ମୁନ ବି କୁହ ଯାଉଛି। ଏହି ସମୟରେ ଗୋଟେ ତରଫରୁ ଜହ୍ନ କୁ ଦେଖିବାକୁ ମନରେ ଇଛଥାଏ ତ ଆଉ ଗୋଟେ ତରଫରୁ ଡର ବି ଥାଏ। ଯଦି ଚନ୍ଦ୍ର ର ହାନିକାରକ କିରଣ ଆଖିକୁ ଆହତ କରିବ ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ କୁ ଦେଖିବାପାଇଁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା।
ଚନ୍ଦ୍ର ଗ୍ରହଣ ହଉଥିବା ସମୟରେ ନିର୍ମଲିଖିତ କିଛି କଥା କୁ ଧ୍ୟାନ ଦେବେ।
୧. ସୂର୍ଯ୍ୟ ଗ୍ରହଣ ଭଳି ଆପଣ ଚନ୍ଦ୍ର ଗ୍ରହଣ କୁ ଚଷମା ସହ ଦେଖିବା ଆବଶ୍ୟକ ନାହିଁ। ଚନ୍ଦ୍ର ଗ୍ରହଣ କୁ ଖାଲି ଆଖିରେ ବ ଦେଖି ପାରିବେ।
୨. ଆପଣ ଯଦି ଚାହୁଁଛନ୍ତି ତାହାଲେ କୌଣସି ବି ସ୍ଥାନ ରେ ରହି ଅଥବା ପାର୍କ ରେ ବସି ଏହି ଗ୍ରହଣ କୁ ଦେଖି ପାରିବେ।
୩. ଖାଲି ଚଷମା ନୁହେଁ , ଏହି ଗ୍ରହଣ କୁ ଦେଖିବା ପାଇଁ ଆପଣମାନଙ୍କୁ କୌଣସି ପ୍ରକାରର ଜିନିଷ ର ସାହାଯ୍ୟ ନେବା ଆବଶ୍ୟକ ନୁହେଁ।
୪. ଜ୍ୟୋତିଷ ଆଉ ପଣ୍ଡିତ ମାନଙ୍କ ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ବାହାରକୁ ଖୋଲା ଆକାଶ ରେ ବାହାରିବା କଥା ନୁହେଁ। ଖାସ କରି ପ୍ରେଗନେଣ୍ଟ ମହିଳା, ବରିଷ୍ଠ ଲୋକ, ରୋଗୀ ଆଉ ଛୋଟ ଛୁଆ ମାନେ ଗ୍ରହଣ ପରେ ହି ଖାଇବା ଉଚିତ।
ଏହି ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ ୩୧ ଜାନୁଆରୀ ରେ ଦେଖା ଯାଇଥିଲା। ୧୫୨ ବର୍ଷ ପରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା ଯିଏ ୭୭ ମିନଟ ଯାଏଁ ରହିଥିଲା। ଏହି ବର୍ଷ ୫ ଥର ଗ୍ରହଣ ହବ। ୩ ଟି ସୂର୍ଯ୍ୟ ଗ୍ରହଣ ଆଉ ୨ ଟି ଚନ୍ଦ୍ର ଗ୍ରହଣ।