୨୩ ବର୍ଷ ବୟସରେ ବାହାଘର ସମୟରେ ଛାଡି ଚାଲିଯାଇଥିଲେ ନେଲସନ ମଣ୍ଡେଲା। ଆସନ୍ତୁ କିଛି ରୋଚକ ତଥ୍ୟ ଜାଣିବା।

ନେଲସନ ମଣ୍ଡେଲା ଙ୍କ ୧୦୦ ତମ ଜୟନ୍ତୀ ପାଳିତ ହେଇସାରିଛି। ୧୮ ଜୁଲାଇ ୧୯୧୮ ରେ ଦକ୍ଷିଣ ଆଫ୍ରିକା ରେ ଜନ୍ମ ହେଇଥିଲେ ନେଲସନ ମଣ୍ଡେଲା। ଦକ୍ଷିଣ ଆଫ୍ରିକା ରେ ରଙ୍ଗଭେଦ ପ୍ରଥା କୁ ନଷ୍ଟ କରି ଦୁନିଆ ରେ ଅନ୍ୟାୟ ବିରୁଦ୍ଧ ରେ ପ୍ରତିରୋଧ ର ପ୍ରତୀକ ଭାବେ ପ୍ରସିଦ୍ଧ ହେଇଥିଲେ ନେଲସନ ମଣ୍ଡେଲା। ରୋଗ ରେ ଗ୍ରସ୍ତ ହେଇଥିବାରୁ ୫ ଡିସେମ୍ବର ୨୦୧୩ ରେ ତାଙ୍କ ନିଧନ ହେଇଥିଲା। ମାତ୍ର ୨୩ ବର୍ଷ ବୟସରେ ବାହାଘର ଛାଡି ଜୋହାନସବର୍ଗ ଚାଲିଯାଇଥିଲେ ସେ, ତାପରେ କଠିନ ସଂଘର୍ଷ କରି ଶାନ୍ତି ର ଦୂତ ହେଇଥିଲେ। ଆସନ୍ତୁ ଜାଣିବା ନେଲସନ ମଣ୍ଡେଲା ଙ୍କ ବିଷୟରେ କିଛି ରୋଚକ କଥା…

୧. ନେଲସନ ମଣ୍ଡେଲା ୧୯୪୧ ରେ ୨୩ ବର୍ଷ ବୟସରେ ବାହାଘର ଛାଡି ଜୋହାନସବର୍ଗ ଚାଲିଯାଇଥିଲେ ଆଉ ସେଠି ଓକିଲାତି ପଢିବା ଆରମ୍ଭ କରିଥିଲେ। ତାଙ୍କର ପରିଚୟ ସେ ସମୟରେ ବହୁତ ଲୋକଙ୍କ ସହ ହେଲା, ଆଉ ସେ ନସଲଭେଦ ଆଉ ଭେଦଭାବ କୁ ଅନୁଭବ କଲେ। ଏହା ପରେ ରାଜନୀତି ତରଫ କୁ ତାଙ୍କ ଆଗ୍ରହ ହେଲା।

୨. ୧୯୪୪ ରେ ଏବେଲିନ ମେସେ ଙ୍କ ସହ ତାଙ୍କ ବାହାଘର ହେଲା, ୧୯୫୮ ରେ ଦୁଇ ଜଣଙ୍କ ଛାଡପତ୍ର ହେଇଗଲା। ଏହା ପୂର୍ବରୁ ସେ ୧୯୫୨ ରେ ଓଳିବର ଟାମ୍ବ ଙ୍କ ସହ ମିଶି ଦେଶ ର ପ୍ରଥମ ଅଶ୍ୱେତ ଓକିଲାତି ସଂସ୍ଥା ଆରମ୍ଭ କରିଥିଲେ।

୩. ୧୯୫୬ ରେ ୧୫୫ କାର୍ଯ୍ୟକର୍ତା ସହ ମେଣ୍ଡେଲା ଉପରେ ଦଶ ଦ୍ରୋହ ର ମାମଲା ଚାଲିଥିଲା। ୪ ବର୍ଷ ଚାଲିଲା ପରେ ମଣ୍ଡେଲା ଙ୍କ ଉପରେ ଲାଗିଥିବା ସବୁ ଆରୋପ କୁ ସରକାର ହଟେଇ ଦେଇଥିଲା।

୪. ନିଜ ଜିବନ ର ୨୭ ବର୍ଷ ଜେଲ ର ଅନ୍ଧାର କୋଠରୀ ରେ ବିତେଇ ଥିବା ମଣ୍ଡେଲା ଦେଶର ପ୍ରଥମ ଅଶ୍ୱେତ ରାଷ୍ଟ୍ରପତି ହେଇଥିଲେ।

୫. ମଣ୍ଡେଲା ମହାତ୍ମା ଗାନ୍ଧୀ ଙ୍କ ଅହିଂସା ର ସିଦ୍ଧାନ୍ତ ବିଶେଷକରି ଓକିଲାତି କରୁଥିବା ସମୟରେ ଦକ୍ଷିଣ ପଫ୍ରିକା ରେ ତାଙ୍କ ଆନ୍ଦୋଳନ ରୁ ପ୍ରେରିତ ଥିଲେ। ମଣ୍ଡେଲା ବି ହିଂସା ରୁ ଆଧାରିତ ରଙ୍ଗଭେଦ ଶାସନ ବିରୁଦ୍ଧରେ ଅହିଂସା ମାଧ୍ୟମ ରେ ସଂଘର୍ଷ କରିଥିଲେ। ମଣ୍ଡେଲା ଙ୍କ ଭାରତ ରେ ଶର୍ମାନୀୟ ସ୍ଥାନ ଅଛି, ୧୯୯୦ ରେ ତାଙ୍କୁ “ଭାରତ ରତ୍ନ” ରେ ଶର୍ମାନୀତ କରାଯାଇଥିଲା।

Leave a Reply