ଗୋଟେ ନୂଆ ରିପୋର୍ଟ ଅନୁସାରେ ସୁପର ଷ୍ଟାର ଅମିତାଭ ବଚନ ଙ୍କୁ ଫେସବୁକ ର ସବୁଠୁ ଲୋକପ୍ରିୟ ଅଭିନେତା ଭାବରେ ଚୟନ କରାଗଲା। ଫେସବୁକ ଦୁନିଆ ର ସବୁ ବଡ ନେଟୱର୍କ ସାଇଟ ଯେଉଁଟି ୭୫ ବର୍ଷୀୟ ବିଗ ବି ଙ୍କ ୩ କୋଟି ରୁ ଅଧିକ ପ୍ରଶଂସକ ଅଛନ୍ତି।
ଏହି ଲିଷ୍ଟ ରେ ଅମିତାଭ ବଚନ ୧୦୦ ନମ୍ବର ରଖି ପ୍ରଥମ ସ୍ଥାନ ନେଇଛନ୍ତି । ଫେସବୁକ ରେ ଅମିତାଭ ଙ୍କ ଠୁ ଅଧିକ ଫଳର୍ସ ଥିଲେ ବି ସଲମାନ ଖାଁ ୯୫ ନମ୍ବର ସହ ଦୂତୀୟ ସ୍ଥାନ ଆଉ ୬୮ ନମ୍ବର ରଖି ସହରୁଖ ଖାଁ ତୃତୀୟ ନମ୍ବର ରେ ଅଛନ୍ତି। ଏହି ସ୍କୋର ଡେସ୍କ ର ସହ-ସଂସ୍ଥାପକ ଅଶ୍ୱିନୀ କଲ କହିଲେ , ଏହି ସୁଛି ରେ ଫିଲ୍ମ ପଦ୍ମାଭତ ର ଅଭିନେତା ରଣଭିର ସିଂ ୫୨ ନମ୍ବର ସହ ଚତୁର୍ଥ ଆଉ ଅକ୍ଷୟ କୁମାର ୪୯ ନମ୍ବର ସହ ପଞ୍ଚମ ସ୍ଥାନ ଗ୍ରହଣ କରିଛନ୍ତି।
ଅମିତାଭ ବଚନ ଙ୍କ ଫେସବୁକ ରେ ବଢି ଚାଲିଥିବା ଲୋକପ୍ରିୟତା ତାଙ୍କ ପକ୍ଷ ରେ କାମକୁ ଆସିଲା , କଣ ପାଇଁ ନା ଅମିତାଭ ତାଙ୍କ ପୋଷ୍ଟ ଜରିଆରେ ୧୦୦ ପ୍ରତିଶତ ସକ୍ରିୟ ଅଛନ୍ତି। ଏହା ଜଣେ ଭାରତୀୟ ଅଭିନେତା ଙ୍କ ପାଇଁ ବହୁତ ବଡ଼ ଉପଲବ୍ଧି ଅଟେ।
ମଜାକ ରେ ଟ୍ୱିଟର ଛାଡିବାର ଧମକୀ ଦେଇ ଥିବା ବିଗ ବି ଏହି ଘଟଣା କୁ ଟ୍ୱିଟ କରିଥିଲେ। ଅମିତାଭ ବଚନ ଙ୍କ ଟ୍ୱିଟର ରେ ୩ କୋଟି ଉପରେ ପ୍ରଶଂସକ ଅଛନ୍ତି।