IPL ରେ ପ୍ଲେ ଅଫ ର ଯୁଦ୍ଧ ଆରମ୍ଭ ହେଇଯାଇଛି, ଚେନ୍ନାଇ ଆଉ ହାଇଦେରାବାଦ ର ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମେଚ ରେ ଚେନ୍ନାଇ ସହଜ ରେ ଜିତିଗଲା। ପ୍ରଥମେ ଖେଳି ହାଇଦେରାବାଦ ୧୭୯ ରନ କରିଥିଲା, ଏହାର ଜବାବ ରେ ବଟସନ (୫୭) ଏବଂ ରାଇଡୁ (100) ରନ କରି ନିଜ ଟିମ କୁ ଜିତେଇ ଥିଲେ। ମେଚ ର ଖାସ କଥା ଥିଲା, ଧୋନି ଙ୍କ ଗୋଟେ ମଜାକ , ଯାହା ସେ ଜାଡେଜା ସହ କରିଥିଲେ।
୭ ଓଭର ରେ ହାଇଦେରାବାଦ ର ୩୯ ରନ ହେଇଥିଲା, ସେ ସମୟରେ ଧୋନି ଜାଡେଜା ଙ୍କ ସହ ଗୋଟେ ମଜାକ କରିଥିଲେ। ଯାହାକୁ ଦେଖି ଜାଡେଜା ବି ଡରିଯାଇଥିଲେ ଆଉ ହାତରେ ନିଜ ମୁହଁ କୁ ଲୁଚେଇବାରେ ଲାଗିଲେ।
ହେଲା ଏମିତି କି, ଗୋଟେ ବଲ ରେ ଧୋନି ନିଜେ ଫିଲ୍ଗିଙ୍ଗ କରିବାକୁ ଗଲେ, ବଲ କୁ ଉଠେଇବା ପରେ ଜାଡେଜା ସେ ସ୍ଥାନ କୁ ପହଁଚିଲେ। ତାପରର ଧୋନି ବଲ କୁ ଫିଙ୍ଗିବା ପାଇଁ ହାତ କୁ ଜାଡେଜା ଙ୍କ ତରଫ କୁ କରିଦେଲେ। ଜାଡେଜା ଙ୍କୁ ଲାଗିଲା ଧୋନି ତାଙ୍କୁ ବଲ ମାରୁଛନ୍ତି, ଡରି କି ଜାଡେଜା ନିଜ ମୁହଁ କୁ ଲୁଚେଇଥିଲେ।
ଏହା ଦେଖି ଧୋନି ହସିବାରେ ଲାଗିଲେ, ଏହି ଫୋଟୋ ସବୁ ସୋସିଆଲ ମେଡିଆ ରେ ଭାଇରଲ ହେବାରେ ଲାଗିଲା।
ଚେନ୍ନାଇ ଜିତିବାର କାହାଣୀ ରାଇଡୁ ଆଉ ବାଟସନ ମିଶି କି ଲେଖିଥିଲେ। ଏହି ଦୁଇ ଜଣ ମିଶି ପ୍ରଥମ ୬ ଓଭର ରେ ୫୩ ରନ କରିଦେଇଥିଲେ। ଏହା ପରେ ଦୁଇ ଜଣ ମିଶି ୧୩.୩ ଓଭର ରେ ୧୩୪ ରନ କରି କି ମେଚ କୁ ଏକ ତରଫା କରିଦେଇଥିଲେ।