କଣ ଆପଣମାନେ ଜାଣିଛନ୍ତି, ଆମ ଦେଶ ଭାରତ ନାମ ରେ ବହୁତ ଗୁଡ଼ାଏ ରେକର୍ଡ ଅଛି। ଯାହା ଗିନିସ ବୁକ ଅଫ ବର୍ଲଡ଼ ରେକର୍ଡ ରେ ବି ଲେଖାଯାଇ ଅଛି। ଏହି ସବୁ ରେକର୍ଡ ବହୁତ ଅଜବ ଏବଂ ଅଦ୍ଭୁତ ଅଟେ। ତାହାଲେ ଆସନ୍ତୁ ଜାଣିବା ଏହି ସବୁ ରେକର୍ଡ ବିଷୟରେ।
ଦୁନିଆର ସବୁଠୁ ବଡ ମାନବ ଜାତୀୟ ପତାକା:
ଏହି ରେକର୍ଡ ଆମ ଦେଶ ନାମ ରେ ଅଛି। ଭାରତ ର ତାମିଲନାଡୁ ରେ ୪୩୮୩୦ ଲୋକ ମିଶି କି ଦୁନିଆ ର ସବୁଠୁ ବଡ ମାନବ ଜାତୀୟ ପତାକା ତିଆରି କରିଥଲେ ଠିଆ ହେଇ। ଯାହାକୁ ଗିନିସ ବୁକ ଅଫ ବର୍ଲଡ଼ ରେକର୍ଡ ରେ ସ୍ଥାନ ମିଳିଛି।
ସବୁଠୁ ଲମ୍ବା ଦୋଷା:
ଗୁଜୁରାଟ ର ଅହମଦାବାଦ ସହରରେ ୫୩ ଫୁଟ ଲମ୍ବା ଦୋଷା ମାତ୍ର ୧୫ ମିନଟ ରେ ତିଆରି କରାଯାଇ ଥିଲା। ସେଥିପାଇଁ ଗିନିସ ବୁକ ଅଫ ବର୍ଲଡ଼ ରେକର୍ଡ ରେ ଏହା ସାମିଲ ଅଛି।
ସବୁଠୁ ବଡ ପଗଡ଼ି:
ଆମ ଦେଶ ର ରାଜ୍ୟ ପଞ୍ଜାବ ରେ ରହୁଥିବା ଅବତାର ସିଂ ମୋନି ନାମ ରେ ଦୁନିଆ ର ସବୁଠୁ ବଡ ପଗଡ଼ି ରଖିବାର ଗିନିସ ବୁକ ଅଫ ବର୍ଲଡ଼ ରେକର୍ଡ ରେ ନାମ ଅଛି। ଏହି ପଗଡ଼ି ପ୍ରାୟ ୬୪୫ ମିଟର ଲମ୍ବା ଆଉ ୧୦୦ ପାଉଣ୍ଡ ଓଜନ ହବ।
ଅଜବ ଟାଇପର:
କଣ ଆପଣ ଜାଣିଛନ୍ତି, ଆମ ଦେଶର ଖୁଶ୍ରୀଦ ହୁସେନ ନିଜ ନାକ ରେ ପ୍ରାୟ ୧୦୫ ଅକ୍ଷର ର ବାକ୍ୟ କୁ ମାତ୍ର କିଛି ସେକଣ୍ଡ ରେ ଲେଖି ଦେଇ ଥିଲେ।
ସବୁଠୁ ଲମ୍ବା ନିଶ:
ଏହି ରେକର୍ଡ ବି ଆମ ଦେଶ ନାମ ରେ ଅଛି, ରାମ ସିଂ ଚୋହାନ ଏହି ରେକର୍ଡ ତିଆରି କରିଛନ୍ତି। ତାଙ୍କ ନିଶ ୧୪ ଫୁଟ ଲମ୍ବା ଆଉ ସେ ଏତେ ବଡ ଉପଲବ୍ଧି ୩୨ ବର୍ଷ ର କଠିନ ପରିଶ୍ରମ ବଳରେ ପାଇଥିଲେ।