ଦୁନିଆ ର ପ୍ରଥମ ଏମିତି ଏକ ବ୍ୟାଙ୍କ , ଯେଉଁଠି ଜଣେ ବି ମଣିଷ ନାହିଁ, ମାତ୍ର ଏମିତି ହଉଛି କାମ

ଆପଣମାନେ ବହୁତ ଗୁଡ଼ାଏ ବ୍ୟାଙ୍କ ଦେଖିଥିବେ, ମାତ୍ର ଏମିତି ବ୍ୟାଙ୍କ କେବେ ଦେଖିନଥିବେ ଯେଉଁଠି ଗୋଟେ ବି କର୍ମଚାରୀ ନଥିବେ। ଚୀନ ର ସଂଘାଇ ନାମକ ସ୍ଥାନ ରେ ଏମିତି ଗୋଟେ ବ୍ୟାଙ୍କ ଅଛି, ଯାହା ସାରା ଦୁନିଆ ରେ ଚର୍ଚ୍ଚା ର ବିଷୟ ହେଇଛି।

ଏହି ବ୍ୟାଙ୍କ ଦୁନିଆ ର ପ୍ରଥମ ବ୍ୟାଙ୍କ ଯେଉଁଟି ଜଣେ ବି ଲୋକ ନାହାନ୍ତି। ମାତ୍ର ବିନା କର୍ମଚାରୀ ରେ ବ୍ୟାଙ୍କ ର ସବୁ କାମ ହଉଛି। ତାହାଲେ ଆସନ୍ତୁ ଜାଣିବା ଏହି ବ୍ୟାଙ୍କ ବିଷୟରେ କିଛି ରୋଚକ କଥା, ଏମିତି କରୁଛି ସବୁ କାମ।

ଚାଇନା କଂଷ୍ଟ୍ରକ୍ସନ ବ୍ୟାଙ୍କ (CCB) ର ବ୍ରାଞ୍ଚ ସମ୍ପୂର୍ଣ ଭାବେ ଆର୍ଟିଫିସିୟଲ ଇଣ୍ଟେଲିଯେନ୍ସ , ଫେସ ରେକନାଇଜ ଆଉ ବର୍ଚୁଆଲ ରେଅଲଟି ଉପରେ ଆଧାରିତ। ଏଠି ସବୁ କାମ ପାଇଁ ରୋବଟ ଆଉ ଆର୍ଟିଫିସିୟଲ ଇଣ୍ଟେଲିଯେନ୍ସ ମେସିନ ଲଗା ହେଇଚି। ଯାହା ଆପଣଙ୍କ ସବୁ କାମ ସହଜରେ କରିଦେବ।

ଏହି ବ୍ୟାଙ୍କ ର ସବୁଠୁ ଖାସ କଥା ଏହା ଯେ , ଏଠିକାର ସବୁ ରୋବଟ ମଣିଷ ଭଳି କଥା ହୁଅନ୍ତି। ଏହି ରୋବଟ ମାନେ ମଣିଷ କୁ ତାଙ୍କ କେମେରା ଆଉ ବାକି ସେନ୍ସର ଦ୍ୱାରା ଦେଖନ୍ତି ଆଉ ବୁଝନ୍ତି। ଏମାନଙ୍କ ଆର୍ଟିଫିସିୟଲ ଇଣ୍ଟେଲିଯେନ୍ସ ଏମାନଙ୍କୁ ମଣିଷ ର ସବୁ ପ୍ରଶ୍ନ ର ଉତ୍ତର ଦେବାରେ ସକ୍ଷମ କରିଥାଏ।

ଯେତେବେଳେ ବି କୌଣସି ବ୍ୟକ୍ତି ବ୍ୟାଙ୍କ ଭିତରକୁ ପ୍ରବେଶ କରେ , ସେ ସମୟରେ ଗୋଟେ ଇଣ୍ଟେଲିଜେଣ୍ଟ ହ୍ୟୁମନୋଇଡ଼ ରୋବଟ ସେ ବ୍ୟକ୍ତି ର ସ୍ୱାଗତ କରେ। ଆପଣ ତାକୁ ବ୍ୟାଙ୍କ ସମନ୍ଧିତ ସବୁ ପ୍ରଶ୍ନ ପଚାରିପାରିବେ। ସେ ଆପଣଙ୍କ ସବୁ ପ୍ରକାର ର ସହାୟତା କରିବ।

ଆପଣ ଜାଣିକି ଆଶ୍ଚଯ୍ୟ ହେବେ ଯେ ରୋବଟ ଆଉ ସ୍ମାର୍ଟ ମେସିନ ଆକାଉଣ୍ଟ ଖୋଲିବାରୁ ଧରି କି ପଇସା ଆଦାନ ପ୍ରଦାନ ର ସବୁ କାମ କରିଥାନ୍ତି, ଯେମିତି ଗୋଟେ ବ୍ୟାଙ୍କ କର୍ମଚାରୀ କରିଥାଏ। ମାତ୍ର ଏକ୍ସପେର୍ଟ ମାନଙ୍କ କଥା ମାନିବ ତ ରୋବଟ ମଣିଷର ସ୍ଥାନ ସମ୍ପୂର୍ଣ୍ଣ ଭାବେ ନେଇପାରିବନି।

ଚାଇନା କଂଷ୍ଟ୍ରକ୍ସନ ବ୍ୟାଙ୍କ (CCB) ଚୀନ ର ଦୂତୀୟ ବୃହତମ ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ର ସଂଘାଇ ନାମକ ସ୍ଥାନ ରେ ୩୬୦ ରୁ ଅଧିକ ବ୍ରାଞ୍ଚ ଅଛି।

Leave a Reply