ଜାଣନ୍ତୁ କେମିତି ଘରେ ଘରେ ପହଁଚିଲା Maggi , ଅଟା ଚକି ରେ କାମ କରୁଥିବା ଜଣେ ଲୋକ ତିଆରି କରିଥିଲେ…

୧୯୮୩ ରେ ଭାରତ ରେ ପ୍ରଥମ ଥର ପାଇଁ ମେଗି ର ବିକ୍ରି ଆରମ୍ଭ ହେଇଥିଲା। ଆଜି ମେଗି କୁ ଭାରତ ରେ ୩୫ ବର୍ଷ ହେଇଗଲାଣି। ସେ ସମୟ ରେ ମେଗି କମ୍ପାନୀ ବହୁତ ବଡ଼ ପଦକ୍ଷପ ନେଇଥିଲା। କାରଣ କମ୍ପାନୀ କୁ ସନ୍ଦେହ ଥିଲା କି ଏହି ପ୍ରଡକ୍ଟ ଭାରତ ରେ ଚାଲିବ କି ନାହିଁ। ମାତ୍ର ବିକ୍ରି ଆରମ୍ଭ ହେଲା ପରେ ଲୋକମାନେ ମେଗି କୁ ବହୁତ ପସନ୍ଦ କରିବାରେ ଲାଗିଲେ, କିଛି ବର୍ଷ ପରେ ମାର୍କେଟ ରେ ମେଗି ର ୭୫% ବିକ୍ରି ବଢିଗଲା। ଆସନ୍ତୁ ଜାଣିବା ଘରେ ଘରେ ମେଗି ପହଂଚିଲା କେମିତି???

Hindustantimes ର ଖବର ଅନୁସାରେ ଜୁଳୀୟସ ମଇକଲ ଜୋହାନ୍ସ ମେଗି ଯେବେ ୧୯୬୦ ରେ ଫୁଡ଼ ପ୍ରଡକ୍ଟ ଆରମ୍ଭ କରିଥିଲେ, ସେ କେବେ ଭାବିନଥିଲେ ତାଙ୍କର ଏହି ପ୍ରଡକ୍ଟ ଏତେ ପ୍ରସିଦ୍ଧ ହେଇଯିବ ବୋଲି। ଖାଲି ଭାରତ ରେ ନାହିଁ ପୁରା ବିଶ୍ୱ ରେ ମେଗି ପ୍ରସିଦ୍ଧ।

ମେଗି ର ଆବିଷ୍କାର କରିଥିବା ଜୁଳୀୟସ ମେଗି ଙ୍କ ଜନ୍ମ ୯ ଅକତୂବର ୧୮୪୬ ରେ ହେଇଥିଲା। ପାଠ ପଢା ସରିଲା ପରେ ମେଗି ତାଙ୍କ ପିତା ଙ୍କ ବ୍ୟାପାର ରେ କାମ କରିବା ଆରମ୍ଭ କଲେ। ତାଙ୍କ ପିତା ଙ୍କ ଅଟା ଚକି ଥିଲା, ମାତ୍ର କିଛି ଦିନ ପରେ ତାଙ୍କ ଏହି ବ୍ୟାପାର ପୁରା ବୁଡି ଗଲା। ତାପରେ ମେଗି ଅନ୍ୟ କିଛି କରିବେ ବୋଲି ଭାବିଲେ, ଯାହା ପରେ ସେ ଫିଜିସିଆନ ଫ୍ରିଡୋଳିନ ସହ ହାତ ମିସେଇଲେ। ଦୁନି ଜଣ ମିଶି ୧୮୮୪ ରେ ପୁଣି ଥରେ ଅଟା କାମ ଆରମ୍ଭ କଲେ, ମାତ୍ର ଏଇଟା ବି ଖରାପ ଭାବରେ ବିଫଳ ହେଇଗଲା।

 

କିଛି ବର୍ଷ ପରେ ୧୮୮୬ ରେ ରେଡିମେଟ ସୁପ ତିଆରି କରିବା କାମ ଆରମ୍ଭ କଲେ, ଜୋଥିରେ ପ୍ରୋଟିନ ର ମାତ୍ରା ଅଧିକ ଥାଏ। ତାପରେ ମେଗି ୧୮୯୭ ରେ ମେଗି GMBH ନାମରେ ଗୋଟେ କମ୍ପାନୀ ରେଜିଷ୍ଟ୍ରର କରିଲେ ଆଉ ମେଗି ର ବହୁତ ଗୁଡ଼ାଏ ଅନ୍ୟ ପ୍ରଡକ୍ଟ ତିଆରି କଲେ।

 

୧୯୪୭ ରେ ମେଗି ଆଉ ତାଙ୍କ ଫୋର୍ମୁଲା କୁ Nestle କିଣିଦେଲେ। ଯାହା ପରେ Nestle ମେଗି ର ପ୍ରମୋସନ ବହୁତ ଅଧିକ କଲା, ଜୋଥିରେ କୁହାଗଲା କି ଏହି ନିଉଟ୍ରିଆନ ଫୁଡ଼ ବ୍ୟସ୍ତ ଲୋକମାନଙ୍କ ପାଇଁ ଭଲ, କାରଣ ମେଗି ୨ ମିନଟ ରେ ହେଇଯାଏ।

Leave a Reply